ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପାଟଣା ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣର ମହୁଲି ମଦ ସହ ୪ ଗିରଫ

20/12/2021 at 7:53 PM

ପାଟଣା ୨୦।୧୨: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ  ତୁରୁମୁଙ୍ଗା ଥାନା  ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ମହୁଲି ମଦ ଜବତ କରାଯାଇଛି। ଏଥି ସହ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତ ହେଲେ  ଦାଶରଥିପୁର ଗ୍ରାମର ପଦ୍ମାବତୀ ମାଝୀ(୨୬)ଙ୍କଠୁ ୮ ଲିଟର, ଗୋଡିପୋଖରୀ ଗ୍ରାମର ଗୀତା ମୁଣ୍ଡା(୨୯)ଙ୍କଠୁ ୯ ଲିଟର, ସବିତାରାଣୀ ମୁଣ୍ଡା(୨୩)ଙ୍କ ଠାରୁ ୯ ଲିଟର ଏବଂ କଣ୍ଟିଆପଡା ଗ୍ରାମର ଦେବକୀ ବେହେରା (୪୧)ଙ୍କ ଠାରୁ ୭ ଲିଟର ସମେତ  ମୋଟ ୬୩ ଲିଟର ମହୁଲି ମଦ ଜବତ କରି ୩୬୦ କିଲୋ ମହୁଳପୋଚ ନଷ୍ଟ କରାଯାଇଛି। ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ପାଞ୍ଚଟି ଅବକାରୀ ମାମଲା ରୁଜୁ ହୋଇଥିବା ପାଟଣା ଅବକାରୀ ବିଭାଗ ଅଧିକାରୀ ଜନାର୍ଦ୍ଦନ ପଲେଇ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଚଢ଼ାଉରେ ପାଟଣା ଅବକାରୀ ବିଭାଗ ଅଧିକାରୀ ଜନାର୍ଦ୍ଧନ ପଲେଇଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସାମିଲ ଥିଲେ।

   Related Posts