ଦେବ୍ରୀଗଡ଼ ମହାବଳ ବାଘ ମୃତ୍ୟୁ ଘଟଣାରେ ୪ଜଣ ଗିରଫ; ବାଘ ପାଞ୍ଝ ଓ ଛାଲ ଜବତ

Published By : Prameya-News7 Bureau | November 04, 2018 IST

ବରଗଡ଼ ୪/୧୧ : ବରଗଡ଼ ଭଟଲି ଥାନା କମଗାଁ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗ୍ରାମ ନିକଟସ୍ଥ ଦାମୋଦର ପଡା ଜଙ୍ଗଲରୁ ମିଳିଥିବା ବାଘର ମୃତଦେହ କଲରା ପତରିଆ ନୁହେଁ ବରଂ ମହାବଳ ବାଘର ବୋଲି ଏକ ପ୍ରକାର ସ୍ପଷ୍ଟ କଲା ବରଗଡ଼ ଜଙ୍ଗଲ ବିଭାଗ। ଏହି ମାମଲାରେ ବନ ବିଭାଗ ପକ୍ଷରୁ ମହାବଳ ବାଘ ମାରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ସେମାନଙ୍କ ଠାରୁ ବାଘ ର ୭ ଟି ନିଶ ,ଓ ପଞ୍ଝା ଜବତ କରିଛି ବନ୍ୟଜନ୍ତୁ ବିଭାଗ । ଏହି ଘଟଣାରେ ବନ ବିଭାଗର ଦୁଇ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରିଆ ଗ୍ରାମର ଗୌରୀ ମିର୍ଦ୍ଧା, ସୁଶୀଲ ଭୁଏ, ସତ୍ୟବାନ ସାହୁ ଓ ଜାକିର ଟୁଡୁ ।ତେବେ ଏହି ଭଟଣା ର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦିଆଯାଇଛି । ଅପର ପକ୍ଷେ ବାଘ ସମ୍ପର୍କରେ ଚିହ୍ନଟ ଲାଗି ବାଘ ର ଦେହାବଶେଷ କୁ ଡେରାଡୁନସ୍ଥିତ ପରିକ୍ଷାଗାରକୁ ପଠାଯାଇଛି । ଡେବରିଗଡ଼ ଅଭୟାରଣ୍ୟ ରେ ଥିବା ଏକ ମାତ୍ର ମହାବଳ ବାଘ କୁ ହତ୍ୟା କରାଯାଇଥିବାରୁ ବରଗଡ କମଗାଁ ବନଖଣ୍ଡ ରେଞ୍ଜ Wild Life DFO (ହୀରାକୁଦ ଡିଭିଜନ )ସୁଦୀପ ନାୟକ ଙ୍କ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଯୋଗଦେଇଛନ୍ତି ବାମରା ଡ଼ିଏଫଓ ସନତ କୁମାର ଙ୍କୁ।ତେବେ କେଉଁ ପରିସ୍ଥିତିରେ ବାଘ ଟିର ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ବିଭାଗ ନାଗପୁର ରୁ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଅଫ ଫରେଷ୍ଟ ହେମନ୍ତ କାମଡି ଓ୍ଵ।ଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଜବଲପୁର ରୁ ରିଜିଓନାଲ ଡେପୁଟି ଡ଼ାଇରେକ୍ଟର ଅଭିଜିତ ରାୟ ବରଗଡ଼ ଆସୁଛନ୍ତି । ତେବେ ବାଘ ମାରିବା ଉଦ୍ଧେଶ୍ୟ ନଥିଲା ବରାହ ମାରିବା ପାଇଁ ବିଛାଇଥିଲେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ବୋଲି ବନ ବିଭାଗ ଆଗରେ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ।ଏହି ଘଟଣା ରେ ଆହୁରି ୭ ରୁ ୮ଜଣଙ୍କ ସମ୍ପୃକ୍ତି ଥିବା ବନ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.