୮୦୦ ଫୁଟ ଗଭୀର ଖାଇକୁ ଖସିଲା ସେନା ଯବାନଙ୍କ ଗାଡ଼ି: ୪ ମୃତ

Published By : Prameya-News7 Bureau | September 05, 2024 IST

indiatoday

ନୂଆଦିଲ୍ଲୀ: ୭୦୦-୮୦୦ ଫୁଟ ଖାଇ ତଳକୁ ଖସିଲା ସେନା ଯବାନଙ୍କ ଗାଡ଼ି। ଦୁର୍ଘଟଣାରେ ୪ ସେନା ଯବାନଙ୍କର ମୃତ୍ୟ ହୋଇଛି। ସୂଚନା ଅନୁସାରେ, ଗୁରୁବାର ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ଜୁଲୁକ ଅଭିମୁଖେ ଯାଉଥିବା ବେଳେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ସିକ୍କିମର ପାକୟଙ୍ଗ ଜିଲ୍ଲାର ସିଲ୍କ ରୁଟରେ ସେନା ଗାଡ଼ି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ସେନା ଅଧିକାରୀ କହିଛନ୍ତି ଯେ ଗାଡିଟି ରାସ୍ତାରେ ଯାଉଥିବା ବେଳେ ରେନକ୍ ରୋଙ୍ଗଲି ରାଜ୍ୟ ରାଜପଥ ନିକଟରେ ଥିବା ଡାଲୋପଚାନ୍ଦ ଦାରା ନିକଟ ଭର୍ଟିକାଲ୍ ଭେର୍ ଠାରେ ୭୦୦ ରୁ ୮୦୦ ଫୁଟ ତଳକୁ ଖସି ପଡିଥିଲା। ଫଳରେ ଏହି ଦୁଃଖଦ ଘଟଣା ଘଟିଛି।

ଦୁର୍ଘଟଣାରେ ମୃତ୍ୟ ହୋଇଥିବା ୪ ଯବାନ ହେଲେ ମଧ୍ୟପ୍ରଦେଶର ସେନା ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁର କ୍ରାଫ୍ଟସମ୍ୟାନ୍ ଡବ୍ଲୁ ପିଟର, ହରିଆଣାରୁ ନାୟକ ଗୁରସେଭ ସିଂହ ଏବଂ ତାମିଲନାଡୁରୁ ସୁବେଦାର କେ ଥାଙ୍ଗାପାଣ୍ଡି। ଏହି ସମସ୍ତ ସେନା ଯବାନ ପଶ୍ଚିମବଙ୍ଗ ବିନାଗୁରି ୟୁନିଟ୍‌ରେ ନିଯୁକ୍ତ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.