ମୃତ୍ୟୁ ଅପେକ୍ଷାରେ... କେମିତି କଟିଛି କାଳ କୋଠରୀରେ ୭ ବର୍ଷ, କିଏ କେତେ ଥର ଭାଙ୍ଗିଛନ୍ତି ନିୟମ...

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ୧୫/୧: ୨୨ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ସିନା ଦିଆଯିବ କି ନା ତାହା ଗୁରୁବାର ଶୁଣାଇ​‌ବେ ଦିଲ୍ଲୀ କୋର୍ଟ । କିନ୍ତୁ ଏହା ସତ ଯେ, ଫାଶୀ ଦଣ୍ଡ ନିର୍ଦ୍ଦେଶ ପାଇଥିବା ଚାରି ଦୋଷୀ ପ୍ରତି ଦିନ ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁ ଚନ୍ତାରେ ରହିଛନ୍ତି। ଜେଲରେ ଏମାନେ ୭ ବର୍ଷ କେମିତି କଟାଇଛନ୍ତି । ଜେଲ୍‌ ନିୟମ ଅନୁସାରେ କେତେଟଙ୍କା କମେଇଛନ୍ତି ଆଉ ଏମାନଙ୍କୁ ଫାଶୀ ଦେବାକୁ ଜହ୍ଲାଦ କେଉଁଠାରୁ ଆସିବେ? ତା ସହ ଅନେକ କଥା ଆସନ୍ତୁ ଜାଣିବା

{"id":211762,"sizeSlug":"large"}

ଫାଶୀ କେବେ ହେବ ତାହାକୁ ନେଇ କେତେ କଣ ଚର୍ଚ୍ଚା ଲାଗି ରହିଛି । ପୂରା ଦେଶ ଉତ୍କଣ୍ଠାର ସହିତ ଚାହିଁରହିଛି ଏହି ଖବର ଶୁଣିବାକୁ। ଜେଲ୍‌ରେ ଥିବା ସେହି ୪ ଦୋଷୀ  ଅକ୍ଷୟ, ମୁକେଶ, ପୱନ ଏବଂ ବିନୟଙ୍କୁ ଏବେ ଅଲଗା ଅଲଗା ସେଲ୍‌ରେ ରଖାଯାଇଛି।  ଫାଶୀ ନେଇ ଡେଥ ୱାରେଣ୍ଟ ଜାରି ହେବା ପରେ ଏମାନଙ୍କ ମଧ୍ୟରୁ ବିନୟ ସର୍ବାଧିକ ମାନସିକ ଚାପରେ ରହିଛି। ବଡ଼ କଥା ହେଲା ବିନୟ ବିରୋଧରେ ସର୍ବାଧିକ ଦଫା ଲାଗିଛି ।

{"id":211763,"sizeSlug":"large"}

 ଏମାନଙ୍କୁ ଫାଶୀ ଦିଆଯିବା ନେଇ ଘୋଷଣା ହେବା ପରଠାରୁ ଅନେକ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଆଉ ଜେଲ୍‌ରେ ଏମାନେ ମଧ୍ୟ ନାନାଦି ପ୍ରକ୍ରିୟା ଦେଇ ଯାଇଛି।  ଏମାନେ ୨୦୧୩ ରୁ ଜେଲ୍ ରେ ରହି ଏହି ୭ ବର୍ଷ ମଧ୍ୟରେ ପରିଶ୍ରମ କରି ଏମାନେ ୧ଲକ୍ଷ ୩୭ ହଜାର ଟଙ୍କା ରୋଜଗାର କରିଛନ୍ତି। ଫାଶୀ ପାଇବା ପରେ ଏହି ଅର୍ଥରାଶି ସେମାନଙ୍କ ପରିବାରକୁ ଦିଆଯିବ। ବିନୟ ୩୯ ହଜାର ଟଙ୍କା ରୋଜଗାର କରିଥିବା ବେଳେ ପବନ୨୯ ହଜାର ଟଙ୍କା  ଏବଂ ଅକ୍ଷୟ ୬୯ ହଜାର ଟଙ୍କା ରୋଜଗାର କରିଛନ୍ତି ।

{"id":211764,"sizeSlug":"large"}

ତେବେ ମୁକେଶ ଜେଲ୍‌ରେ କୌଣସି କାମ ନ କରିବାକୁ ଚାହିଁଥିଲା। ଏହି ୭ ବର୍ଷ ଭିତରେ ଜେଲ୍‌ ନିୟମ ୨୩ ଥର ଭାଙ୍ଗିଛନ୍ତି। ବିନୟ ୧୧ ଥର ନିୟମ ଭାଙ୍ଗିଥିବା ବେଳେ ଅକ୍ଷୟ ଥରେ, ମୁକେଶ ତିନିଥର ଏବଂ ପବନ ୮ ଥର ଜେଲ୍‌ ନିୟମ ଭାଙ୍ଗିଛନ୍ତି। ତେବେ ଜେଲ୍‌ରେ ଏମାନେ ପାଠ ପଢ଼ିବାକୁ ବି ଚେଷ୍ଟା କରିଛନ୍ତି। କିନ୍ତୁ ମୂଳରୁ ପାଠ ହେଲାନି ବୋଲି ଏମାନେ ଏପର୍ଯ୍ୟନ୍ତ ଆସିଛନ୍ତି ଆଉ ଜେଲ୍‌ ଭିତରେ କି ପାଠ ହେବ। ୨୦୧୬ରେ ମୁକେଶ ପବନ ଅକ୍ଷୟ ମାଟ୍ରିକ ପରୀକ୍ଷା ପାଇଁ ନାଁ ଲେଖାଇଥିଲେ ବି ପାସ୍‌ କରିପାରିନଥିଲେ।

{"id":211765,"sizeSlug":"large"}

ଆଉ ସବୁଠାରୁ ଅଧିକ ଦୋଷ ମୁଣ୍ଡାଇଥିବା ବିନୟ ୨୦୧୫ରେ ବିଏ ପାଇଁ ଫର୍ମ ଫିଲ୍‌ ଅପ୍ କରିଥିଲେ ବି ପାସ୍‌ କରି ପାରିନାହିଁ। ବିନୟକୁ ଗତକାଲି ତାର ବାପା ଭେଟିଛନ୍ତି।  ୨୨ ତାରିଖ ସିନା ଗଡ଼ିଯିବ କିନ୍ତୁ ଫାଶୀ ଖୁଣ୍ଟ ଏମାନଙ୍କୁ ଅପେକ୍ଷା କରି ରହିଛି। ଏଥିପାଇଁ ଜେଲ୍‌ରେ ବି ଦଉଡ଼ି ବଳା ସରିଲାଣି। ମୀରଟ ଜେଲ୍ ରେ ଗତ ୩ ପୁରୁଷ ଧରି ଫାଶୀ ଦେଇ ଆସୁଥିବା ଜହ୍ଲାଦଙ୍କ ବଂଶଜ ପବନ୍  ମଧ୍ୟ ଏଥିପାଇଁ ପ୍ରସ୍ତୁତ।

{"id":211766,"sizeSlug":"large"}

 ତାରିଖ ଧାର୍ଯ୍ୟ ହେଲେ ସେ ଆସିବେ ତିହାର।  ତେବେ୪ ଦୋଷୀ ତ ଫାଶୀ  ପାଇବେ। ହେଲେ ଏଥିପାଇଁ ଜହ୍ଲାଦଙ୍କୁ ମିଳେ କଣ । ହୁଏତ ଅନେକଙ୍କ ମନରେ ଏହି ପ୍ରଶ୍ନ ଥିବ । ମିଳିଥିବା ତଥ୍ୟ ଅନୁସାରେ ଜହ୍ଲାଦ ପବନକୁ ଗୋଟିଏ ଫାଶୀ ପାଇଁ ମିଳିବ ୧୫ ହଜାର ଟଙ୍କା । ଅର୍ଥାତ୍ ୪ ଜଣ ଫାଶୀଙ୍କ ପାଇଁ ଜହ୍ଲାଦକୁ ମିଳିବ ମୋଟ୍  ୬୦ ହଜାର ଟଙ୍କା। ଆଉ ଏମାନଙ୍କୁ ଏକା ସଙ୍ଗେ ଦିଆଯିବ ଫାଶୀ। ଏହାପୂର୍ବରୁ ଦୁଇ ଜଣ ଦୋଷୀ ସୁପ୍ରିମ୍ କୋର୍ଟରେ କ୍ୟୁରେଟିଭ୍  ପିଟିସନ୍ ଦାଖଲ କରିଥିଲେ ଯାହା ଖାରଜ ହୋଇଯାଇଛି । ଦୋଷୀ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.