ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ଘଟଣା ; ମାମଲାରେ ୪ଜଣ ଅଭିଯୁକ୍ତ ଅଟକ !

Published By : Prameya-News7 Bureau | February 16, 2020 IST

ଭୁବନେଶ୍ବର ୧୬।୦୨: ରାଜଧାନୀରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତ ଅଟକ । କମିସନରେଟ ପୋଲିସ ଆକ୍ରମଣରେ ସଂପୃକ୍ତ ଅଭିଯୋଗରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୁଲିସ ସୂଚନା ଦେଇଛି ।

ଶନିବାର ଦିନ ବିଳମ୍ବିତ ରାତିରେ  ଭୁବନେଶ୍ବର ୟୁନିଟ ୯ ଅଂଚଳର ଗ୍ରୀଡକୋ ପଡିଆରେ ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ପ୍ରାୟ ୫ ରୁ ୬ ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଯୁବକକୁ ଗୋଡେଇ ଗୋଡେଇ ହାଣିଥିଲେ । ଗୁରୁତର ଅବସ୍ଥାରେ ଯୁବକକୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ନାମ ପି. ଆକାଶ ଦୋରା ।ତାଙ୍କ ଶରୀରରେ ଏକାଧିକ କ୍ଷତ ସୃଷ୍ଟି ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.