ଜଗତସିଂହପୁର ତିର୍ତୋଲ ଗୁଳିକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ
13/06/2018 at 10:01 AM

ଗତ ୯ ତାରିଖ ସନ୍ଧ୍ୟାରେ କଟରା ଠାରେ ହୋଇଥିବା ଲିପୁ ଓରଫ ବିଶ୍ୱଜିତ ବେଉରା ଗୁଳିକାଣ୍ଡ ଘଟଣାରେ ତିର୍ତ୍ତଲ ପୋଲିସକୁ ମିଳିଛି ସଫଳତା ।ଗତକାଲି ରାତିରେ ତିର୍ତ୍ତଲ ପୋଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିକୁଦା ଥାନା ସାହାଡ଼ା ଗାଁର ହାପି ଓରଫ ରାଜେଶ ମଲ୍ଲିକ,ତିର୍ତ୍ତଲ ଥାନା ତେରମାଣପୁର ଗାଁର ଜଗା ଓରଫ ସୂର୍ଯ୍ୟକାନ୍ତ ବରାଳ ଓ ମାଷ୍ଟର ମାଇଣ୍ଡ ଦିପୁ ଓରଫ ପ୍ରଦୀପ ସ୍ୱାଇଁ , ଜଗତସିଂହପୁର ଥାନା କାଦୁଅପଡା ଗାଁର ଟୁବୁରା ଓରଫ ସନ୍ତୋଷ ଗୁରୁ ।କଟରା ନିକଟ ବେଗୁନିଆ ନଦୀ ବନ୍ଧ ଠିକା କାମକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ବୋଲି ସୁଚନା ଦେଇଛି ।
Related Posts
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023
ସରିଲା କଟକ ଐତିହାସିକ ବାଲିଯାତ୍ରା, ୯ଦିନର ଯାତ୍ରାରେ ହୋଇଛି ଭଲ ବ୍ୟବସାୟ
6 December 2023
ବାଲିଯାତ୍ରାରେ ଜମିଲା ବ୍ୟବସାୟ, ORMASର ରେକର୍ଡ ଆୟ
5 December 2023