ଓକିଲଙ୍କୁ ହତ୍ୟା ଓ ଅପହରଣ ଧମକ ଦେଇ ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 18, 2019 IST

ନବରଙ୍ଗପୁର ୧୮/୮: ଓକିଲଙ୍କୁ ହତ୍ୟା ଓ ଅପହରଣ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ନବରଙ୍ଗପୁର ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ୪ ତାରିଖ ଦିନ ନବରଙ୍ଗପୁର ସହରର  ଓକିଲଙ୍କ ବାଇକ୍ କୁ ତାଙ୍କ ଜମି ନିକଟରୁ କେହି ଚୋରି କରି ନେଇଥିଲା ।

{"id":145615}

ପରେ ଶିବୁ ନାମକ ଯୁବକ ଫୋନ କରି ସିନ୍ଧିଗୁଡା ସ୍ଥିତ ଆମ୍ବତୋଟାରୁ ବାଇକ୍ ନେଇଯିବା ପାଇଁ କହିଥିଲା । ଓକିଲ ଜଣକ ବାଇକ୍ ଆଣିବା ପାଇଁ ସେହି ସ୍ଥାନକୁ ଗଲା ପରେ ସେଠାରେ ଶିବୁ ସହ ୨ ଜଣ ଯୁବକ ଥିଲେ । ସେମାନେ ଓକିଲଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ଯଦି ଏ ସମ୍ବନ୍ଧରେ ପୋଲିସ ରେ ସୂଚନା ଦେଲେ ତାକୁ ଅପହରଣ କରି ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ ।

{"id":145616}

ବାରମ୍ବାର ଫୋନ କରି ଭୟଭୀତ କରି ଟଙ୍କା ମାଗିବାରୁ ଓକିଲ ଜଣକ ଯୋଗାଡ଼ କରି ୧ ଲକ୍ଷ  ୯ ହଜାର ଟଙ୍କା ଦେଇଥିଲେ । ପରେ ନବରଙ୍ଗପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶିବୁ ସହ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଏବଂ ଦୁଇଟି ମୋଟର ସାଇକଲ ସହ ଦୁଇଟି ମୋବାଇଲ ଜବତ ହୋଇଛି ।

{"id":145617}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.