ବଙ୍ଗୋପସାଗରରେ ଭୂମିକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୨

Published By : Prameya-News7 Bureau | February 29, 2024 IST

ପଶ୍ଚିମବଙ୍ଗ: ବଙ୍ଗୋପ ସାଗରରେ ଭୂମିକମ୍ପ । ୪.୨ ତୀବ୍ରତାରେ ଥରିଲା  ବେ' ଅଫ୍ ବେଙ୍ଗଲ୍ ରିଜିନ୍ । ସମୁଦ୍ର ଭିତରେ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଶଙ୍କା ଦେଖିଦେଇଛି ।

wp:html /wp:html

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ସୂଚନା ମୁତାବକ, ଗୁରୁବାର ଦିନ ପ୍ରାୟ ୧୧ଟା ୨୩ମିନିଟରେ ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳି ବଙ୍ଗୋପସାଗର ଭୂ-ପୃଷ୍ଠରୁ ୯୦ କିଲୋମିଟର ଗଭୀରତାରେ ରହିଛି । ବଙ୍ଗୋପସାଗର ରିଜିନ୍‌ର ୮.୦୪ ଦ୍ରାଘିମା ଏବଂ ୮୯.୬୫ ଅକ୍ଷାଂଶରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି ।    

ଏହା ପୂର୍ବରୁ ଫେବ୍ରୁଆରୀ ୨୫ ତାରିଖରେ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍ ମୁକାବତ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା । ପୂର୍ବାହ୍ଣ ୧୧ଟା ୪୮ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.