oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ତୃତୀୟ ଟେଷ୍ଟ : ପ୍ରଥମ ଇନିଂସରେ ୨୨୩ରନ୍‌ରେ ଅଲଆଉଟ ଟିମ୍‌ ଇଣ୍ଡିଆ, କୋହଲିଙ୍କ ଦର୍ଶନୀୟ ଅର୍ଦ୍ଧଶତକ

11/01/2022 at 8:59 PM


କେପ୍‌ଟାଉନ ୧୧/୦୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତୀୟ ଦଳ ୭୭.୩ ଓଭରରେ ୨୨୩ ରନକରି ଅଲଆଉଟ ହୋଇଯାଇଛି । ବିରାଟ କୋହଲିଙ୍କ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି ଟିମ୍‌ ଇଣ୍ଡିଆ ।

ଓପନର୍‌ ଲୋକେସ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ନିରାଶ କରିବା ପରେ ଚେତେଶ୍ବର ପୁଜାରା ଏବଂ ଅଧିନାୟକ ବିରାଟ କୋହଲି ପାଳି ସମ୍ଭାଳିଥିଲେ । କେଏଲ୍‌ ରାହୁଲ ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୧୫ରନ କରି ଆଉଟ ହୋଇଛନ୍ତି । ସେହିଭଳି ପୁଜାରା ୪୩ ରନର କରି ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ଆଉଟ ହୋଇଛନ୍ତି । ବିରାଟ କୋହଲି ଦଳକୁ ଶେଷ ଯାଏଁ ଆଗକୁ ନେଇଥିଲେ ସୁଦ୍ଧା ୭୯ରନ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୯ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୭ରନ, ରବିଚନ୍ଦ୍ରନ ଅଶ୍ବିନ ୨ରନ, ଶାର୍ଦ୍ଦୁଲ ଠାକୁର ୧୨ରନ, ମହମ୍ମଦ ସାମୀ ୭ରନ, ଯଶପ୍ରୀତ ବୁମରାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଉମେଶ ଯାଦବ ୪ରନକରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ଚମତ୍କାର ବୋଲିଂ କରି ଟିମ୍‌ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ରାବାଡା ବ୍ୟକ୍ତିଗତ ଭାବେ ୭୩ ରନଦେଇ ୪ଟି ଓ୍ବିକେଟ ନେଇଥିବା ବେଳେ, ମାର୍କୋ ଜନସେନ୍‌ ୫୫ରନଦେଇ ୩ ଓ୍ବିକେଟ, ଡୁଆନ୍ନେ ଓଲିଭର ୪୨ରନଦେଇ ୧ ଓ୍ବିକେଟ, ଲୁଙ୍ଗି ଏନ୍‌ଗିଡି ୩୩ରନ ଦେଇ ୧ ଓ୍ବିକେଟ ଏବଂ କେଶବ ମହାରାଜ ୧୪ରନ ଦେଇ ଗୋଟିଏ ଓ୍ବିକେଟ ନେବାକୁ ସକ୍ଷମ ହୋଇଛନ୍ତି ।

   Related Posts