ତୃତୀୟ ଟି-୨୦: ଦାସୁନ୍‌ ସନାକାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | February 27, 2022 IST

ଧର୍ମଶାଳା ୨୭/୦୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୪୬ ରନ୍ ସଂଗ୍ରହ କରିଛି ଭ୍ରମଣକାରୀ ଟିମ୍ । ଦଳ ପକ୍ଷରୁ ଦାସୁନ୍‌ ସନାକା ସର୍ବାଧିକ ୭୪ ରନ ସଂଗ୍ରହ କରିଛନ୍ତି । ଭାରତକୁ ବିଜୟ ଲକ୍ଷ୍ୟ ୧୪୭ ରନ ।

ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ସନାକାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଫାଇଟିଂ ଟୋଟାଲ ସ୍କୋର କରିବାକୁ ସକ୍ଷମ ହୋଇଛି । ଓପନର୍‌ ପାଥୁମ୍‌ ନିଶାଙ୍କା ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ ଦାନୁସ୍କା ଗୁଣତିଲକ୍‌ ଖାତା ଖୋଲିପାରି ନାହାନ୍ତି । ସେହିଭଳି ଚରିଥ୍‌ ଆଶାଲଙ୍କା ୪ ରନ କରି ଆଉଟ ହୋଇଥିବା ବେଳେ ଜନିଥ୍‌ ଲିୟାଙ୍ଗେ ମାତ୍ର ୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଦିନେଶ ଚାନ୍ଦିମାଲ ୨୫ ରନ କରି ଆଉଟ ହୋଇଛନ୍ତି । ଦାସୁନ୍‌ ସନାକା ୭୪ରନ କରି ଅପରାଜିତ ଥିବା ବେଳେ ଚାମିକା କରୁଣାରତ୍ନେ ୧୨ ରନ କରି ଅପରାଜିତ ଅଛନ୍ତି ।

ସେହିଭଳି ଭାରତ ପକ୍ଷରୁ ମହମ୍ମଦ ସିରାଜ୍‌ ୪ ଓଭରରେ ୨୨ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଆବେଶ ଖାନ ୪ ଓଭରରେ ୩୨ ରନ ଦେଇ ୨ ଓ୍ବିକେଟ୍‌, କୁଲଦୀପ ଯାଦବ ୪ ସଭରରେ ୨୫ ରନ, ରବି ବିଷ୍ଣୋୟୀ୪ ଓଭରରେ ୩୨ ରନ ୧ ଓ୍ବିକେଟ୍‌ ଏବଂ କୁଲଦୀପ ଯାଦବ ୪ ଓଭରରେ ୨୫ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.