ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି

Published By : Prameya-News7 Bureau | December 12, 2019 IST


ରାଞ୍ଚି ୧୨।୧୨ - ଝାଡଖଣ୍ଡ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ୧୭ ଟି ଆସନ ପାଇଁ ମତଦାନ ଜାରି ରହିଛି। ଏଥିରେ ୩୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ ମତଦାତା । ୩୦୯ ପ୍ରାର୍ଥୀଙ୍କ ମଧ୍ୟରେ ୩୨ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

wp:core-embed/twitter {"url":"https://twitter.com/ANI/status/1204947872367538176","type":"rich","providerNameSlug":"twitter","className":""}
https://twitter.com/ANI/status/1204947872367538176
/wp:core-embed/twitter

ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଝାଡଖଣ୍ଡର ୮ଟି ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେଉଛି । ରାଞ୍ଚି , ହଟିଆ, କାଂକ, ରାମଗଡ଼ ଓ ବରକଟ୍ଟାରେ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ଅନଷ୍ଠିତ ହେବ । ଅନ୍ୟ ଆସନମାନଙ୍କରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।

ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ସ୍ଥାନମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.