ବିଧାନପରିଷଦ ଗଠନ ନେଇ ଆଜି ବିଧାନସଭାରେ ଆଗତ ହେବ ସଂକଳ୍ପ
6/09/2018 at 9:52 AM

ଭୁବନେଶ୍ବର ୬|୯: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବିଧାନ ପରିଷଦ ଗଠନ ନେଇ ଆଜି ସଙ୍କଳ୍ପ ଆଗତ ହେବ । ଏହା ସହିତ ସେ ପ୍ରସଙ୍ଗରେ ଆଲୋଚନା ହେବ । ବିଧାନପରିଷଦ ଗଠନ ନେଇ ଗଠନ କରାଯାଇଥିବା କମିଟି ତାଙ୍କ ରିପୋର୍ଟ ଉପସ୍ଥାପନ କରିବେ । ସେହିପରି ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ, ବିଜ୍ଞାନ ଓ କାରିଗରୀ, ଶିଳ୍ପ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।