ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ

Published By : Prameya-News7 Bureau | March 26, 2020 IST

ଭୁବନେଶ୍ବର୨୬/୩: ଦୀର୍ଘଦିନ ବ୍ୟବଧାନ ପରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ସୂଚନା ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୩ ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ର ପେଜରେ ଏହି ସୂଚନା ଦିଆଯାଇଛି। ତୃତୀୟ କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ଏବଂ ତାଙ୍କ ବୟସ ୬୦ ବର୍ଷ ହେବ ବୋଲି ଜଣାପଡିଛି। ପୂର୍ବରୁ ରାଜ୍ୟରେ ଦୁଇଜଣ କରୋନା ପଜିଟିଭ ରୋଗୀଙ୍କୁ ଠାବ କରାଯାଇଥିଲା। ସେହି ଦୁଇଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

wp:core-embed/twitter {"url":"https://twitter.com/HFWOdisha/status/1243198105148768263?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1243198105148768263?s=20
/wp:core-embed/twitter

ସୂଚନାଯୋଗ୍ୟ ଯେ ଗତ ୧୯ ତାରିଖରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହି ବ୍ୟକ୍ତି ଜଣଙ୍କ ଭୁବନେଶ୍ବର ହୋଇଥିବା ବେଳେ କିଛିଦିନ ତଳେ ବିଦେଶରୁ ଫେରିଥିଲେ। ତା ପରେ ତାଙ୍କଠାରେ କିଛି ସନ୍ଦିଗ୍ଧ ଲକ୍ଷଣ ଦେଖିବାକୁ ମିଳିଥିଲା। ପରେ ରକ୍ତ ଓ ସ୍ୱାବ ନମୂନା ଟେଷ୍ଟ ପାଇଁ ଆରଏମଆରସି ପଠାଯାଇଥିଲା। ଗତ ୧୯ ତାରିଖ ଦିନ ରିପୋର୍ଟରୁ କୋଭିଡ-୧୯ ଆକ୍ରାନ୍ତ ଥିବାଜଣାପଡିଥିଲା। ତେବେ ଦ୍ବିତୀୟ କରୋନା ରୋଗୀ ନେଇ ନିଶ୍ଚିତ ହେବାର ଚାରି ଦିନରୁ ପୂର୍ବରୁ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ମଧ୍ୟ ବିଦେଶରୁ ଫେରିଥିଲେ। ବର୍ତ୍ତମାନ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ରାଜ୍ୟରେ କୋଭିଡି-୧୯ ପଜିଟିଭ ରୋଗୀଙ୍କ ସଂଖ୍ୟା ୩କୁ ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.