ସାଳନ୍ଦୀ ନଦୀର ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହଦଗଡ଼ ଡ୍ୟାମର ଖୋଲାଯାଇଛି ୩ ଟି ଗେଟ
29/08/2018 at 12:42 AM

ଭଦ୍ରକ ୨୯/୮:ସାଳନ୍ଦୀ ନଦୀର ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହଦଗଡ଼ ଡ୍ୟାମର ୩ ଟି ଗେଟ ଖୋଲାଯାଇଛି । ଫଳରେ ସାଳନ୍ଦୀ ନଦୀର ବନ୍ୟା ଦେଖାଦେଇଛି । ଭଦ୍ରକ ରାଜଘାଟ ଠାରେ ସାଳନ୍ଦୀ ନଦୀର ବିପଦ ସଂକେତ ୧୫.୦୮ ମିଟର ଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୪.୭୮ ରହିଛି । ସାଳନ୍ଦୀର ଜଳସ୍ତର ବଢିବା ଦ୍ୱାରା ଶାଖା ନଦୀ ନାଳିଆରେ ମଧ୍ୟ ବନ୍ୟା ଆସିଛି । ନାଳିଆର ବନ୍ୟାଜଳ ଅର୍ଣ୍ଣପାଳ , ବିଷ୍ଣୁପୁର, ଭଟ୍ଟପୁର, ଶୁଶୁଆ, ରାଜୁଆଳିବିନ୍ଧା, ନାଵସାହି, ଗଡ଼ସାହି, ବର୍ଜୀସାହିରେ ପାଣି ପଶିଛି । ବିଷ୍ଣୁପୁର-ଅର୍ଣ୍ଣପାଳ ରାସ୍ତାରେ ୩ଫୁଟର ପାଣି ଚାଲିଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏହି ଗାଁରେ କୌଣସି ପ୍ରଶାସନିକ ଅଧିକାରୀମାନେ ସେହି ସ୍ଥାନରେ ପହଞ୍ଚି ନାହାନ୍ତି । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।