କଳାହାଣ୍ଡିରେ ଝାଡାବାନ୍ତିରେ ଗତ ୧୦ ଦିନ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | November 04, 2018 IST

କଳାହାଣ୍ଡି ୩/୧୧: ଥୁଆମୁଳ-ରାମପୁର ବ୍ଲକ ରୁପେନ ଗାଁରେ ଝାଡାବାନ୍ତିରେ ଆଉ ଜଣଙ୍କ  ମୃତ୍ୟୁ  ଅଭିଯୋଗ ହୋଇଛି। ମୃତକ ପାଲୁ ମାଝୀ (୨୫) । ଝାଡାବାନ୍ତିରେ ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ମୃତ୍ୟୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଗାଁକୁ ପହଂଚିଛି  ନିର୍ବ।ଚିତ ପ୍ରତିନିଧି ଓ ସ୍ବାସ୍ଥ୍ୟ ଟିମ । ଗାଁରେ ଗୁରୁତର ୪ଜଣ  ସୂର୍ଯ୍ୟ ମାଝୀ (୭), ମାନ୍ଦାରାଣୀ ମାଝୀ (୩୦), ତିଲଦେଇ ମାଝୀ(୬୫), ସାନଦେଇ ମାଝୀ (୨୭) ନିକଟସ୍ଥ କେରପାଇ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସିଲେଟ ପଚଂ।ୟତର ରୁପେନ ଗାଁ ଦୁର୍ଗମ ଅଚଂଳ ହୋଇଥିବାରୁ ଯାତାୟାତ ପାଇଁ ପାଦରେ ଚାଲି ଯିବାକୁ ପଡୁଛି । ଗତ ବର୍ଷ ବନ୍ୟାରେ ଯୋଗାଯୋଗ ସମ୍ପୂର୍ଣ୍ଣ ଧୋଇ ଯାଇଛି । ଦୂଷିତ ପାଣି ବ୍ୟବହାର ତଥା ଅଖାଦ୍ୟ ଗ୍ରହଣ ଝାଡାବାନ୍ତିର କାରଣ ବୋଲି ଡାକ୍ତରୀ  ଟିମ୍ କହୁଥିବା ବେଳେ ଦୁର୍ଗମ ଅଚଂଳ ହୋଇଥିବାରୁ ପ୍ରଶାସନ ଲୋକଙ୍କ ନିକଟ ରେ ପହଂଚି ପାରୁ ନାହିଁ । ତଥା ସାଧାରଣ ଲୋକ ସ୍ବାସ୍ଥ୍ୟ ସେବାରୁ ମଧ୍ୟ ବଚିଂତ ରହୁଛନ୍ତି । ଝାଡାବାନ୍ତିରେ ୩ ଜଣଙ୍କ  ମୃତ୍ୟୁ ଖବର ପରେ ଗାଁକୁ ଲାଞିଗଡ ବିଧାୟକ ବଳଭଦ୍ର ମାଝୀ ମଧ୍ୟ ପହଚିଂଛନ୍ତି। ପ୍ରଶାସନ ମଧ୍ୟ ତପ୍ତରତା ଦେଖାଇଛି । ପୁଣି ଥରେ ଗାଁକୁ ସଂଯୋଗ କରିବାକୁ ପ୍ରଧାନମନ୍ତ୍ରୀ  ସଡକ ଯୋଜନାରେ ଗାଁ କୁ ଅନ୍ତର୍ଭୁକ୍ତ କରାଯାଇଥିବା ବିଧାୟକ ସୁଚନା ଦେଇଛନ୍ତି । ସ୍ବାଧୀନତା ଦୀର୍ଘ  ବର୍ଷ ପରେ ବି ଉପାନ୍ତ  ଅଚଂଳ ରେ ଝାଡାବାନ୍ତିରେ ୧୦ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ବିଡମ୍ବନାର ବିଷୟ । ଏବଂ ତା ଠାରୁ ଅଧିକ ଦୁଃଖଦ ଲୋକେ ଝାଡାବାନ୍ତି ରେ ଆକ୍ରାନ୍ତ  ହେଲେ ଡାକ୍ତର ବଦଳରେ ଝଡାଫୁଙ୍କାକୁ ବିଶ୍ବାସ କରୁଛନ୍ତି । ହେଲେ ନା ସରକାର ଚିତ୍ର ବଦଳାଇ ପାରୁଛି ନା ଲୋକେ ସଚେତନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.