ମହାନଦୀରେ ଭାସୁଛି ୩ଟି ମୃତଦେହ
10/05/2018 at 12:03 PM

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜଗନ୍ନାଥପୁର ନିକଟସ୍ଥ ଶନି ମନ୍ଦିର ପାଖରେ ୩ ଟି ମୃତ ଦେହ ଭାସୁଛି | ମୃତଦେହ ଗୁଡିକ ୩ଜଣ ନାବାଳିକାଙ୍କ ବୋଲି ଜଣାପଡୁଛି | ଏବେ ସୁଦ୍ଧା ମୃତଦେହ ଗୁଡିକୁ ଉଦ୍ଧାର କରାଯାଇନାହିଁ | ମୃତଦେହଗୁଡିକ କେଉଁଠୁ କିଭଳି ନଦୀରେ ଭାସି ଆସିଛି ତାହା ବି ସ୍ପଷ୍ଟ ହୋଇନାହିଁ | ଖବର ପ୍ରଚାରିତ ହେବା ପରେ ନଦୀ କୂଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି | ଘଟଣାସ୍ଥଳରେ ପୋଲିସ ପହଂଚି ୨ଟି ମୃତଦେହ ଉଦ୍ଧାର କରିଛି |