କଟକରେ ପରିବହନ ବିଭାଗର ୩ ଦିନିଆ ସ୍ପେଶାଲ ଡ୍ରାଇଭ, ନାବାଳକ-ନାବାଳିକା ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର
19/07/2023 at 5:21 PM

କଟକ ୧୯।୭: ପରିବହନ ବିଭାଗ ପକ୍ଷରୁ ଆଜିଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଟକ ସହରର ବିଭିନ୍ନ ସ୍ଥାନରେ ଚାଲିବ ସ୍ପେଶାଲ ଡ୍ରାଇଭ । ବିଶେଷ କରି ନାବାଳକ ନାବାଳିକା ଚାଳକମାନଙ୍କ ଉପରେ ରହିବ ତୀକ୍ଷ୍ଣ ନଜର । ତେବେ ଗାଡ଼ି ଚାଳକର ଲାଇସେନ୍ସ ସହିତ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବ ।

ଏହି ପରିପ୍ରେକ୍ଷୀରେ ବୁଧବାର କଟକ ବାରବାଟୀ ଷ୍ଟାଡିୟମ ନିକଟରେ ପରିବହନ ବିଭାଗ ଅଧିକାରୀ ସଞ୍ଜୟ କୁମାର ବେହେରାଙ୍କ ଉପସ୍ଥିତିରେ ଚାଲିଥିଲା ଏହି ସ୍ୱତନ୍ତ୍ର ଡ୍ରାଇଭ । ତେବେ ନାବାଳକ ବାଳିକା ଗାଡ଼ି ଚାଳକମାନଙ୍କ ଠାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯିବା ସହିତ ସେମାନଙ୍କ ଲାଇସେନ୍ସ ୨୫ ବର୍ଷ ପର୍ଯ୍ୟନ୍ତ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ଅଧିକାରୀ ସଞ୍ଜୟ କୁମାର ବେହେରା ସୂଚନା ଦେଇଛନ୍ତି ।
You Can Read :