ଆକାଶ ଗଙ୍ଗାର ଆସିଲା 3D ମ୍ୟାପ୍‌: ବିଶାଳ ‘Black Hole’ ଆଡ଼କୁ ମୁହାଁଉଛି ପୃଥିବୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଳୀ ୦୫/୧୨: ସାମ୍ନାକୁ ଆସିଲା ନକ୍ଷତ୍ରପୁଞ୍ଜ ଆକାଶ ଗଙ୍ଗା (ମିଲ୍କି ଓ୍ବେ)ର ୩ଡି ମ୍ୟାପ୍‌। ଆକାଶ ଗଙ୍ଗାର ୩ଡି ଫଟୋକୁ ନେଇ ଯେତିକି ଉତ୍ସାହ ଦେଖିବାକୁ ମିଳିନି ତାଠୁ ଅଧିକ ପୃଥିବୀକୁ ନେଇ ଚିନ୍ତା ବଢ଼ିଛି। ଆକାଶ ଗଙ୍ଗାର କେନ୍ଦ୍ରରେ ଏକ ‘ବ୍ଲାକ୍ ହୋଲ୍‌’ ରହିଛି । ଯାହା ନାଁ ସାଗିଟାରିୟସ୍‌ ଏ ବୋଲି ରଖାଯାଇଛି। ମହାକାଶବିଜ୍ଞାନୀ  ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସିରୁ ମିଳିଥିବା ଡାଟା ଅନୁସାରେ ଏହି ୩ଡି ମ୍ୟାପ୍‌ ତିଆରି କରିଛନ୍ତି।

ମିଲ୍କି ଓ୍ବେରେ ଥିବା ବ୍ଲାକ୍‌ ହୋଲ୍‌ର ଅତି ପାଖରେ ଆମ ପୃଥିବୀ ରହିଛି ବୋଲି ଏହି ମ୍ୟାପ୍‌ରୁ ଜଣାପଡ଼ୁଛି। ପୃଥିବୀ ଠାରୁ ୨୫, ୮୦୦ ଆଲୋକ ବର୍ଷ ଦୂରତାରେ ବ୍ଲାକ୍‌ ହୋଲ୍‌ ଅବସ୍ଥିତ ଥିବା ବେଳେ ପୃଥିବୀ ବ୍ଲାକ୍‌ ହୋଲ୍‌ ଆଡ଼କୁ ଟାଣି ହୋଇ ଯିବନି ବୋଲି ମହାକାଶବିଜ୍ଞାନୀ ମାନେ ବିଶ୍ବାସ କରୁଛନ୍ତି।

ତେବେ ମିଳିଥିବା ନୂଆ ତଥ୍ୟ ମହାକାଶବିଜ୍ଞାନୀମାନଙ୍କୁ ସୋଲାର ସିଷ୍ଟମ ସମ୍ପର୍କରେ ଜାଣିବାକୁ ବଳ ଦେବ। ଏହା ସହ ବିଶ୍ବ ବିସ୍ତାରିକରଣ ଉପରେ ବହୁ ଗହନ ତଥ୍ୟ ମହାକାଶବିଜ୍ଞାନୀ ହାସଲ କରିପାରିବେ ବୋଲି ଜଣାପଡ଼ିଛି।

wp:core-embed/youtube {"url":"https://www.youtube.com/watch?v=hNGC8qDEntM\u0026feature=emb_logo","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=hNGC8qDEntM&feature=emb_logo
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.