oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବଢୁଛି ଋଣ ଆବେଦନ, ଟଙ୍କା ଏକାଠି କରିବା ପାଇଁ ଏଫଡି ଉପରେ ସୁଧ ବଢ଼ାଇଲେ ୩ ବ୍ୟାଙ୍କ

19/01/2022 at 5:13 PM

ନୂଆଦିଲ୍ଲୀ, ୧୯/୧: ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି l ଧୀରେ ଧୀରେ ଏଥିରେ ସୁଧାର ଆସିବାରେ ଲାଗିଛି l ଏହା ସହିତ ବିଭିନ୍ନ କାରଣ ପାଇଁ ଲୋକେ ବ୍ୟାଙ୍କ ଗୁଡ଼ିକୁ ଟଙ୍କା ଋଣ ଲାଗି ଅଧିକ ମାତ୍ରାରେ ଯାଉଛନ୍ତି l ହେଲେ ଆବଶ୍ୟକ ପରିମାଣର ଟଙ୍କା ନଥିବା ହେତୁ ବ୍ୟାଙ୍କ ଗୁଡିକ ବିଭିନ୍ନ ଉପାୟ ଆପଣେଉଛନ୍ତି l ଏଥିରେ ଏଫଡି ସ୍କିମ ମଧ୍ୟ ସାମିଲ l

ଏଫଡି ଜରିଆରେ ଟଙ୍କା ଏକାଠି କରିବା ପାଇଁ ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ଏହାର ସୁଧହାରରେ ବୃଦ୍ଧି କରିଛନ୍ତି l ପାଖାପାଖି ଦଶ ଅଙ୍କ ବିଶିଷ୍ଟ ଅବଧିରେ ବୃଦ୍ଧି ହୋଇଛି l ଏହାଛଡ଼ା କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଏହାର ଏଫଡି ସ୍କିମରେ ସୁଧହାର ବୃଦ୍ଧି କରିଛି l ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ସୁଧହାର ବୃଦ୍ଧି ଦୁଇ କୋଟିରୁ କମ ଜମା ରାଶି ଉପରେ ମିଳିବ ଏବଂ ଏହା ଚଳିତ ମାସରୁ ଲାଗୁ ହେବ l

ଭାରତୀୟ ରିଝର୍ଭ ବ୍ୟାଙ୍କ କିଛି ବର୍ଷ ଧରି ଏହି ସୁଧହାରରେ ବୃଦ୍ଧି କରିନାହିଁ l ଯାହା ଫଳରେ ଏହା ଅନ୍ୟ ସମସ୍ତ ବ୍ୟାଙ୍କ ଠାରୁ ନିମ୍ନରେ ରହିଛି l ମିଳିଥିବା ସୂଚନା ଅନୁସାରେ ଆରବିଆଇ ଖୁବଶୀଘ୍ର ଏହି ହାରକୁ ବୃଦ୍ଧି କରିପାରେ lତେବେ ଏସବିଆଇ ଏଫଡି ସ୍କିମରେ ସବୁଠାରୁ ଅଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କ l ଏହା 6 ମାସ ରୁ ୧ ବର୍ଷ ଅବଧିରେ 4.4%, ୧ ରୁ ଦୁଇ ବର୍ଷ ଅବଧିରେ 5.1%, ଦୁଇ ରୁ ୩ ବର୍ଷ ଅବଧି ରେ 5.1%, ୩ ରୁ ପାଞ୍ଚ ବର୍ଷ ଅବଧି ରେ 5.3% ଏବଂ ୫ ରୁ ଦଶ ବର୍ଷ ଅବଧିରେ ଏହା 5.4% ସୁଧ ପ୍ରଦାନ କରିଥାଏ l

   Related Posts