ଡିସେମ୍ବର ୧ତାରିଖରୁ ବଦଳିଯିବ ଜିଓର ୩୯୯ଟଙ୍କାର ପ୍ଲାନ୍ : ଜାଣନ୍ତୁ ଏବେ ମିଳିବ କେତେ ଟଙ୍କାରେ

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ ୨୪/୧୧: ନିକଟରେ ରିଲାଏନ୍ସ ଜିଓ ଗ୍ରାହକଙ୍କଠୁ ଆଇୟୁସି ଚାର୍ଜ ନେବା ଆରମ୍ଭ କରି ଦେଇଛି। ଏହା ପରେ, ଏୟାରଟେଲ୍ ଏବଂ ଭୋଡ଼ାଫୋନ୍ ଆଇଡିଆ ଡିସେମ୍ବର ୧ତାରିଖରୁ ନିଜ ଟାରିଫ ପ୍ଲାନ୍ ବଢ଼ାଇବାର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛି। ଆସନ୍ତା ମାସରୁ ଏହି ସମସ୍ତ କମ୍ପାନୀ ପ୍ଲାନରେ ୩୦% ବୃଦ୍ଧି ହେବ। ଏହା ପରେ ଏହି ପ୍ଲାନର ମୂଲ୍ୟ ବଦଳିଯିବ।

ଏବେ ଟେଲିକମ୍ ଜଗତର ସମସ୍ତ କମ୍ପାନୀ ୩୯୯ଟଙ୍କାର ପ୍ଲାନ୍ ଆରମ୍ଭ କରିଛି। ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ୍ କଲ୍ ଏବଂ ଇଣ୍ଟରନେଟ୍ ସେବାର ଲାଭ ଦିଆଯାଉଛି। ଏହି ଅଫର ଗ୍ରାହକଙ୍କ ଦ୍ବାରା ବିଶେଷ ପସନ୍ଦ କରାଯାଉଛି। କିନ୍ତୁ ଡିସେମ୍ବର ୧ତାରିଖରୁ ଗ୍ରାହକଙ୍କୁ ୩୦% ଅଧିକ ଟଙ୍କା ଦେବାକୁ ପଡ଼ିବ।

ଏବେ ଗ୍ରାହକଙ୍କୁ ୩୦% ଅଧିକ ମୂଲ୍ୟ ସହ ୩୯୯ଟଙ୍କା ମୂଲ୍ୟ ବଦଳରେ ୫୧୯ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ମୂଲ୍ୟ ବୃଦ୍ଧି ଯୋଜନା ଲାଭକୁ ପ୍ରଭାବିତ କରିବ କି ନାହିଁ ଏହାର କୌଣସି ସୂଚନା ନାହିଁ। କିନ୍ତୁ ଏୟାରଟେଲ୍ ଏବଂ ଭୋଡ଼ାଫୋନ୍ ଆଇଡିଆ ଗ୍ରାହକଙ୍କ ପାଇଁ ଏହା ଏକ ଜବରଦସ୍ତ ଝଟକା ହୋଇପାରେ।

ଏୟାରଟେଲ୍ ଏବଂ ଭୋଡ଼ାଫୋନ୍ ଆଇଡିଆ ୩୯୯ଟଙ୍କାର ପ୍ଲାନରେ ପାଖାପାଖି ସମାନ ଲାଭ ଦିଆଯାଉଛି। ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ ଏବଂ ଏସଟିଡି ଭଏସ କଲ ସହ ପ୍ରତିଦିନ ୧.୪ଜିବି କିମ୍ବା ୧.୫ଜିବି ଡାଟା ମିଳିବ ଏବଂ ଏହି ପ୍ଲାନରେ ପ୍ରତିଦିନ ୧୦୦ ମାଗଣା ଏସଏମଏସ୍ ମିଳିବ। କମ୍ପାନୀର ୩୦% ବଢ଼ିବା ପରେ ଏବେ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.