୩୯ ମହିଳା ସେନା ଅଧିକାରୀଙ୍କ ସୁପ୍ରିମ ବିଜୟ, ମିଳିବ ସ୍ଥାୟୀ କମିଶନ

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ, ୨୨|୧୦ :   ଭାରତୀୟ ସେନାର ୩୯ ମହିଳା ଅଧିକାରୀଙ୍କ ସୁପ୍ରିମ ବିଜୟ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମସ୍ତ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅତିଶୀଘ୍ର ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆହୁରି ମଧ୍ୟ ଅନ୍ୟ ୨୫ ଅଧିକାରୀଙ୍କୁ କାହିଁକି ସ୍ଥାୟୀ କମିଶନ ପ୍ରଦାନ କରାନଯିବ ସେନେଇ ବିସ୍ତୃତ ଭାବେ ଜଣାଇବାକୁ କେନ୍ଦ୍ରକୁ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ଆଡିସିନାଲ ସେଲିସିଟର ଜେନେରାଲ ସଞ୍ଜୟ ଜୈନ ଓ ବରିଷ୍ଠ ଆଇନଜୀବୀ ମାମଲାର ପକ୍ଷ ରଖିଥିଲେ । ଆର ସୁବ୍ରମଣ୍ୟମ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ ଏବଂ ବିବି ନାଗରତ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ । କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ, ୭୨ ଜଣଙ୍କ ମଧ୍ୟରୁ ଜଣେ ମହିଳା ଅଧିକାରୀ ଅବସର ନେବାକୁ ଆବେଦନ କରିଛନ୍ତି । ତେଣୁ ସରକାର ୭୧ ମାମଲାରେ ପୁନର୍ବିଚାର କରିଥିଲେ । ଏଥିରୁ ୩୯ ସ୍ଥାୟୀ କମିଶନ ପାଇବାକୁ ଯୋଗ୍ୟ ବୋଲି ଜଣାପଡିଛି ।

wp:gallery {"ids":[374858],"linkTo":"none"} /wp:gallery

ସୂଚନାଯୋଗ୍ୟ, ମାମଲାର ପୂର୍ବ ଶୁଣାଣିରେ କୋର୍ଟ କହିଥିଲେ ଯେ, ଯଦି ମହିଳା ଅଧିକାରୀଙ୍କୁ ୬୦ ପ୍ରତିଶତରୁ ଅଧିକ ଅଙ୍କ ମିଳେ ଓ ସେ ମେଡିକାଲ ଫିଟନେଶ୍ ପାସ କରନ୍ତି ତାହାଲେ ସ୍ଥାୟୀ କମିଶନ ଦେବା ପାଇଁ ସରକାର ବିଚାର କରିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.