ଭୁବନେଶ୍ଵର ୧୪।୧୨: ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ହାର ମାନିଛି ମହାମାରୀ କୋଭିଡ୍-୧୯। ନିଜର କାୟା ମେଲାଇ ପାରୁ ନାହିଁ ଏହି ମହାମାରୀ। ଫଳରେ ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୯,୪୫୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୋମବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
wp:html/wp:htmlAnother 389 Covid patients have recovered and are being discharged on 14.12.2020
— H & FW Dept Odisha (@HFWOdisha) December 14, 2020
42 from Sundargarh
39 from Khordha
35 from Cuttack
28 from Mayurbhanj
24 from Anugul
21 from Bargarh
18 from Bolangir
18 from Kalahandi
18 from Keonjhar
17 from Kendrapara
17 from Nuapada
ବିଭାଗ ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଖୋର୍ଦ୍ଧା ଜିଲ୍ଲାରୁ ୩୯, କଟକରୁ ୩୫, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୪, ବରଗଡରୁ ୨୧, ବଲାଙ୍ଗୀରରୁ ୧୮, କଳାହାଣ୍ଡିରୁ ୧୮, କେନ୍ଦୁଝରରୁ ୧୮, କେନ୍ଦ୍ରାପଡାରୁ ୧୭, ନୂଆପଡାରୁ ୧୭, ପୁରୀରୁ ୧୪, ସମ୍ବଲପୁରରୁ ୧୨, ଜଗତିଂହପୁରରୁ ୧୧, ଭଦ୍ରକରୁ ୧୦, ବାଲେଶ୍ଵରରୁ ୯, ଯାଜପୁରରୁ ୭, ଝାରସୁଗୁଡାରୁ ୭, ଦେବଗଡରୁ ୫, କୋରାପୁଟରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧ ଓ ସୋନପୁରରୁ ୧ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।
wp:html/wp:html15 from State Pool
— H & FW Dept Odisha (@HFWOdisha) December 14, 2020
The total recovered cases of Odisha now stand at 319458
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୦୮୯କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୧୧ରେ ପହଞ୍ଚିଛି।