୧୯୫୪ ସର୍ଭେ ପରେ ଆମକୁ ୩୮୯ ଏକର ଜମି ଦିଆଯାଇଛି ବୋଲି କହିଲା ୱାକଅଫ୍ ବୋର୍ଡ, ଚିନ୍ତାରେ ଗ୍ରାମବାସୀ
15/09/2022 at 9:43 PM

ଚେନ୍ନାଇ: ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲା ଥିରୁଚେନ୍ଦୁରଇ ଗାଁର ସମସ୍ତ ଜମିକୁ ୱାକଅଫ ବୋର୍ଡ ନିଜର ବୋଲି ଦାବି କରୁଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜିଲ୍ଲାର ୧୮ ଗାଁରେ ଜମିର ମାଲିକାନା ନେଇ ଅନିଶ୍ଚିତତା ଜାରି ରହିଛି। ୱାକଅଫ୍ ବୋର୍ଡ ଦାବି କରିଛି ଯେ ୩୮୯ ଏକର ଜମି ବୋର୍ଡ ନାଁରେ ରହିଛି। ୧୯୫୪ ମସିହା ସର୍ଭେକୁ ସରକାରୀ ଅନୁମୋଦନ ମିଳିବା ପରେ ଏହି ଜମି ଦିଆଯାଇଛି ବୋଲି ୱାକଫ୍ ବୋର୍ଡ କହିଛି।
ଏହି ମାମଲାରେ ଜଣେ ସ୍ଥାନୀୟ ବ୍ୟକ୍ତି ନିଜ ଝିଅଙ୍କ ବିବାହ ପାଇଁ ଜମି ବିକ୍ରି କରିବାକୁ ଯିବା ସମୟରେ ୱାକଫ ବୋର୍ଡ ପୂରା ଗାଁର ମାଲିକ ଥିବା ଖବର ସାମନାକୁ ଆସିଥିଲା। ରିପୋର୍ଟ ଅନୁସାରେ, ଏନ.ରାଜଗୋପାଳ ତିରୁଚିରାପଲ୍ଲୀ ଜିଲ୍ଲାର ଥିରୁଚେନ୍ଦୁରଇ ଗାଁରେ ନିଜର ଚାଷ ଜମି ବିକ୍ରି କରିବାକୁ ଚାହିଁଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପାଖରେ ଥିବା ୧.୨ ଏକର ଜମି ତାମିଲନାଡୁ ୱାକଫ ବୋର୍ଡର ହୋଇଯାଇଛି। ଯଦି ସେ ଏହାକୁ ବିକ୍ରି କରିବାକୁ ଚାହାନ୍ତି ତେବେ ତାଙ୍କୁ ୱାକ୍ଅଫ୍ ବୋର୍ଡରୁ ଏନଓସି ଆଣିବାକୁ ପଡିବ ବୋଲି କୁହାଯାଇଥିଲା। ଏହାପରେ ଘଟଣା ସାମ୍ନାକୁ ଆସିଥିଲା।
୧୭ଟି ଗାଁରେ ଏଭଳି ସ୍ଥିତି ରହିଛି। ଲୋକେ ଜମି ବିକ୍ରି କରିବାକୁ ଚାହିଁଲେ ଚେନ୍ନାଇ ୱାକଅଫ୍ ବୋର୍ଡର ଏନ୍ଓସି ଆଣିବାକୁ କୁହାଯାଉଛି। ୱାକଅଫ୍ ବୋର୍ଡ ଏନେଇ ସବ-ରେଜିଷ୍ଟ୍ରାର୍ ଅଫିସ୍କୁ ସବୁ ତଥ୍ୟ ଦେଇଛି। ଲୋକେ ତାଙ୍କ ଜମିରେ ଚାଷ କରିବେ ହେଲେ ଜମିର ମାଲିକାନା ଜାହିର କରିପାରିବେ ନାହିଁ ବୋଲି ବୋର୍ଡର ଚେୟାରମେନ୍ ଅବଦୁଲ ରହମାନ କହିଛନ୍ତି।