India vs West Indies 2nd ODI : ୱେଷ୍ଟ ଇଣ୍ଡିଜ ଆଗରେ ଏବେ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ

Published By : Prameya-News7 Bureau | December 18, 2019 IST

ବିଶାଖାପାଟଣା ୧୮।୧୨:  ପ୍ରଥମ ଏକଦିବସୀୟ ମ୍ୟାଚ୍‌ର ପରାଜୟ ଗ୍ଲାନିକୁ ମନରେ ରଖି ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ଲାଗି ୩୮୮ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଛି। ନିର୍ଦ୍ଧାରିତ ୫୦ ଓଭରରେ ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ କରିଛି ୩୮୭ ରନ । ରୋହିତ ଶର୍ମା୧୫୯ ରନ କରିଥିବା ବେଳେ ଟିମ୍‌ର ସ୍କୋରକୁ ମଜଭୁତ ସ୍ଥିତିରେ ପହଞ୍ଚାଇବା ଲାଗି କେ.ଏଲ. ରାହୁଲଙ୍କ ଶତକୀୟ ଇନିଂ ବେଶ୍ ସହାୟକ ହୋଇଛି। ଏଥିରେ ଶ୍ରେୟସ ଆୟର ତାଙ୍କର ଅର୍ଦ୍ଧଶତକୀୟ ଇନିଂସ ପୁରଣ କରିଛନ୍ତି।   

{"id":199480,"width":581,"height":388,"sizeSlug":"large"}

ଟିମ୍ ଇଣ୍ଡିଆର ଓପ୍ନିଂ ହିଁ ଧମକାଦାର ଥିଲା। ପ୍ରଥମ ୱିକେଟ୍ ଯୋଡି ରୋହିତ ଶର୍ମା ଓ ଲୋକେଶ ରାହୁଲ ଟିମ୍ ଲାଗି ୨୨୭ ରନ୍ ହାସଲ କରିଥିଲେ। ତେବେ ରାହୁଲ ୧୦୨ ରନ କରି କ୍ରିଜ୍‌ରେ ଥିବା ବେଳେ ଆଉଟ୍ ହୋଇ ପ୍ୟାଭଲିୟନକୁ ଫେରିଥିଲେ। ଫାଷ୍ଟ ଡାଉନରେ ଓହ୍ଲାଇ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ହିଁ ଆଉଟ୍ ହୋଇଯାଇଥିଲେ।  ତେବେ ରୋହିତ ଶର୍ମା ଦ୍ୱିଶତକ ଆଡକୁ ମୁହାଁଇବା ଟିମ୍‌ର ସ୍ଥିତିକୁ ମଜଭୁତ କରିଥିଲା।

{"id":199481,"sizeSlug":"large"}

୧୩୮ ବଲ୍‌ରେ ୧୫୯ ରନ କରି ଖେଳୁଥିବା ରୋହିତ ଶର୍ମା ଶେଲ୍ଡନ କାଟ୍ରେଲଙ୍କ ବଲ୍‌ରେ  ସାଇ ହୋପ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ଶ୍ରେୟଶ ଆୟରଙ୍କ ୫୩ ଓ ଋଷଭ ପନ୍ଥଙ୍କ ୩୯ ଟିମ୍‌ର ସ୍କୋରକୁ ବେଶ୍ ମଜଭୁତ କରିଥିଲା। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟଚ୍‌ରେ ୱେଷ୍ଟଇଣ୍ଡିଜ୍ ବେଶ୍ ସହଜରେ ବିଜୟ ଲକ୍ଷ ହାସଲ କରିନେଇଥିଲା। ଫଳରେ ୦-୧ରେ ଭାରତ ପଛେଇ ଯାଇଥିବା ବେଳେ ଘରୋଇ ପିଚ୍‌ରେ ସିରିଜ ହାରିବା ଭୟରେ ଆଶଙ୍କିତ ଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ନିଜର ସ୍ଥିତି ମଜଭୁତ କରିଛି ଟିମ୍ ଇଣ୍ଡିଆ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.