ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୮୭୭୨ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ଦେଶ ଓ ଦୁନିଆରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ଭାରତରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ଲଗାତର ଭାବେ କମିବାରେ ଲାଗିଛି । ରବିବାର ତୁଳନାରେ ସୋମବାର ଦିନ କରୋନା ଭାଇରସର ଦୈନିକ ଆକ୍ରାନ୍ତ ସଂଖ୍ୟାରେ ବଡ଼ ଧରଣର ହ୍ରାସ ପାଇଛି । ରବିବାର ଦିନ କରୋନା ଭାଇରସରେ ୪୧,୮୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା । ସେହିପରି ସୋମବାର ଦିନ ୩୮,୭୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୩ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html

ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ପାର ହୋଇଛି । ସେହିପରି ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୩୦,୭୨,୪୭୫ରେ ପହଞ୍ଚିଛି । ଭାଇରସରେ ମୃତକ ସଂଖ୍ୟା ୧୪,୬୫,୧୮୧ ପହଞ୍ଚିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୪,୩୫,୪୫,୮୨୯ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୭୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୪୪୩ଜଣଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧,୩୭,୧୩୯ ପହଞ୍ଚିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪,୩୧,୬୯୨ରେ ପହଞ୍ଚିଛି । କରୋନାରୁ ଏବେ ଯାଏଁ ୮୮,୪୭,୬୦୦ ଲୋକ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୪,୩୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍‌ ୪,୪୬,୯୫୨ ଜଣ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.