କେରଳରୁ ଗଜପତିକୁ ଫେରିଲେ ୩୮ ପ୍ରବାସୀ ଓଡିଆ, ରହିବେ ୧୪ଦିନ କ୍ବାରେଣ୍ଟାଇନ୍‌ରେ

Published By : Prameya-News7 Bureau | May 04, 2020 IST

ମୋହନା ୪।୫: ଲକ୍ ଡାଉନ୍ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଓଡିଆ । କାମ ପାଇଁ ବାହାର ରାଜ୍ୟକୁ ଯାଇଥିବା ବେଳେ ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଓଡିଆ ଫେରିପାରିନଥିଲେ । ଫଳରେ ରାଜ୍ୟ ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହା ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅନେକ ପ୍ରବାସୀ ଓଡିଆ ଧିରେ ଧିରେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି ।

{"id":264350,"sizeSlug":"large"}

ଆଜି ଗଜପତି ଜିଲ୍ଲାକୁ ଫେରିଛନ୍ତି ୩୮ ଜଣ ପ୍ରବାସୀ ଓଡିଆ । ଏହି ୩୮ ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରେ ୩୭ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ଏମାନେ ସମସ୍ତେ କେରଳ ଏର୍ଣ୍ଣାକୁଲମରୁ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆସି ଜଗନ୍ନାଥପୁରରେ ଓହ୍ଲାଇଥିଲେ । ତାପରେ ସମସ୍ତଙ୍କୁ ବସ୍ ଯୋଗେ ଲୁହାଗୁଡିରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଇଛି । ଏନେଇ ଗଜପତି ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

{"id":264351,"sizeSlug":"large"}

ସମସ୍ତ ପ୍ରବାସୀ ଓଡିଆ ମୋହନା ବ୍ଲକ୍ ର ବାସିନ୍ଦା । ସମସ୍ତଙ୍କୁ ଲୁହାଗୁଡି କ୍ବାରେଣ୍ଟାଇନ୍ ସେଣ୍ଟରରେ ୧୪ଦିନ ରଖାଯିବ । ବିଭିନ୍ନ ସମୟରେ ଦେଖାଯାଉଛି ଯେ ପ୍ରବାସୀ ଓଡିଆମାନେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଲୁଚି ପଳାଉଛନ୍ତି । ସେଥିପାଇଁ ଏହି ଲୁହାଗୁଡି କ୍ବାରେଣ୍ଟାଇନ୍ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଲିନଟିୟରମାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ସେମାନେ କ୍ବାରେଣ୍ଟାଇନ୍ ରହିବାକୁ ଆସିଥିବା ପ୍ରବାସୀ ଓଡିଆମାନଙ୍କୁ ଜଗିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସମୟ ଅନ୍ତରାଳରେ ପୋଲିସ ପାଟ୍ରୋଲିଂରେ ମଧ୍ୟ ଆସିବେ ବୋଲି ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.