scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିଟିଲାଗଡରୁ ଖସିଗଲା ବହୁ ଅପରାଧ ସହ ଜଡିତ କୋଟିପତି ଡକାୟତ ; ହେଲେ ଘରୁ ମିଳିଲା ନଗଦ ୩୮ଲକ୍ଷ ଟଙ୍କା

25/10/2018 at 6:30 PM

ଟିଟିଲାଗଡ ୨୫|୧୦ : କୋଟିପତି ଡକାୟତ । ଡକାୟତି କରି ଲକ୍ଷ ଲକ୍ଷ ଟଙ୍କା ଠୁଳ କରିଥିବା ଅର୍ଥକୁ ଜବତ କରିଛି ପୋଲିସ । କିଛି ଦିନ ହେଲା ଫେରାର ଥିବା ଏହି ଡକାୟତକୁ ଧରିବା ପାଇଁ  ତା ଘରେ ପୋଲିସ ଚଢାଉ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମିଳିଛି ୩୭ ଲକ୍ଷରୁ ଅଧିକ ନଗଦ ଟଙ୍କା । ଘଟଣା ବଲାଙ୍ଗିର ଟିଟିଲାଗଡର ।

ନାଁ ଲୋକନାଥ କୁମ୍ଭାର ଓରଫ  ଉଟି । ଘର ଟିଟିଲାଗଡ ହାଇସ୍କୁଲପଡା । ପିତାର ନାଁ ନାସା କୁମ୍ଭାର । ପେସା-ଡକାୟତି, ରାହାଜାନୀ, ଗଞେଇ ବେପାର, ନକଲି ନୋଟ୍‌ କାରବାର । ଟିଟିଲାଗଡ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକନାଥ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ରହିଛି ଅନେକ ଡକାୟତି ଓ ଅପରାଧିକ ମାମଲା । ଲୋକନାଥକୁ ଧରିବାକୁ ଜାରି ହୋଇଥିଲା ୱାରେଣ୍ଟ । ଲୋକନାଥ ଘରକୁ ଆସିଥିବା ନେଇ ପୋଲିସ ଖବର ପାଇବା ପରେ ବଲାଙ୍ଗିର ଏସ୍‌ପିଙ୍କ ନେତୃତ୍ବରେ ଏକ ଟିମ୍‌ ଅଚାନକ ଚଢାଉ କରିଥିଲା । ହେଲେ ତା ପୂର୍ବରୁ ସୁରାକ୍‌ ପାଇ ଫେରାର ହୋଇଯାଇଥିଲା ଲୋକନାଥ । ତେବେ ଘର ଖାନତଲାସ ବେଳେ ଖଟତଳୁ ମିଳିଥିବା ନଗଦ ଟଙ୍କା ଦେଖି ପୋଲିସ ତାଜୁବ୍‌ । ଘରୁ ନଗଦ ୩୭ ଲକ୍ଷ ୩୨ ହଜାର ୧୭୦ ଟଙ୍କା ମିଳିଛି । ଏହାସହ ପୋଲିସ ପାଇଛି ବିପୁଳ ପରିମାମର ସୁନା ଗହଣା , ମାରଣାସ୍ତ୍ର, ଏଟିଏମ୍‌ କାର୍ଡ, ୪ ଟି ପାସବୁକ୍‌ ।

ପୋଲିସ ଏହି ଘଟଣାରେ ଲୋକନାଥର ବାପା ନାସା କୁମ୍ଭାର ସହ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ନାସା କୁମ୍ଭାର ନାଁରେ ବି ଚୋରା ଗଞ୍ଜେଇ ବେପାର ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ନେଇ ଅଭିଯୋଗ ରହିଛି । ପୂର୍ବରୁ ସେ ଜେଲ୍‌ ବି ଯାଇ ସାରିଛି । ନାସା କୁମ୍ଭାର ପରିବାର ଆନ୍ଧ୍ରପ୍ରଦେଶରୁ ୨୫ ବର୍ଷ ହେବ ଟିଟିଲାଗଡ ଆସିଥିଲେ । ଏମାନଙ୍କ ନେଟୱର୍କ ମାଲକାନଗିରି ଟିଟିଲାଗଡ ଦେଇ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଛି । ଲୋକନାଥକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

   Related Posts