୩୭ ପ୍ରତିଶତ ମହିଳାଙ୍କୁ ପୁରୁଷଙ୍କ ତୁଳନାରେ ମିଳିଥାଏ କମ୍ ଦରମା-ସର୍ଭେ ରିପୋର୍ଟ

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୦୨/୦୩ : ବିଶ୍ୱ ମହାମାରୀ କରୋନା ଦେଇ ସାରା ବିଶ୍ୱ ଗତି କରୁଛି। ଇତି ମଧ୍ୟରେ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟରେ ଖୁଲାସା ହୋଇଛି ଯେ ଭାରତର କର୍ମଜୀବି ମହିଳା କରୋନା ସମୟରେ ଅଧିକ ଚାପ ଦେଇ ଗତି କରିଛନ୍ତି। ଅନଲାଇନ ନେଟୱାର୍କ ଲିଙ୍କ୍ଡ ଇନ ଅପରଚ୍ୟୁନିଟି ଇଣ୍ଡେକ୍ସ ୨୦୨୧ (LinkedIn Opportunity Index 2021) ର ଏକ ସର୍ଭେରେ ନିଷ୍କର୍ସ ବାହାର କରାଯାଇଛି। ସର୍ଭେରେ କୁହାଯାଇଛି ଯେ ବିଦେଶରେ କାମ କରୁଥିବା ମହିଳାଙ୍କ ତୁଳନାରେ ଭାରତର କର୍ମଜୀବି ମହିଳାଙ୍କ ଉପରେ ଅଧିକ ଚାପ ପଡିଛି।

ରିପୋର୍ଟରେ କୁହାଯାଇଛି ଯେ ଏସିଆ ପାସିଫିକ୍ ଦେଶରେ ମହିଳାଙ୍କୁ ଚାକିରୀ ଓ ଦରମା ପାଇଁ ବହୁତ ଯୁଦ୍ଧ କରିବାକୁ ପଡିଛି ଏବଂ ଅନେକ ଜାଗାରେ ପକ୍ଷପାତର ସାମ୍ନା କରିବାକୁ ପଡିଛି। ୨୨ ପ୍ରତିଶତ ମହିଳାଙ୍କ କହିବାନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ ଦରମା ଦିଆଯାଉଛି। ୮୫ ପ୍ରତିଶତ ମହିଳା କହିଛନ୍ତି ଯେ ୬୦% ଆଞ୍ଚଳିକ ହାରାହାରି ତୁଳନାରେ ସେମାନଙ୍କୁ ଠିକ୍ ସମୟରେ ପଦୋନ୍ନତି, ବେତନ ବୃଦ୍ଧି କିମ୍ବା କାର୍ଯ୍ୟ ଅଫର ମିଳେନାହିଁ।

{"id":416957,"sizeSlug":"large","linkDestination":"none"}

ଭାରତର ୩୭ ପ୍ରତିଶତ କର୍ମଜୀବି ମହିଳା କହିଛନ୍ତି ଯେ ସେମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ମଉକା ମିଳିଥାଏ। ୨୫ ପ୍ରତିଶତ ପୁରୁଷ ମଧ୍ୟ ଏଥିରେ ସହମତ। ଏହି ମହିଳାମାନେ କହିଛନ୍ତି ଯେ ସେମାନଙ୍କୁ ପୁରୁଷଙ୍କ ତୁଳନାରେ କମ ଦରମା ମିଳିଥାଏ।

ସର୍ଭେରେ କୁହାଯାଇଛି ଯେ ମହାମାରୀ ଯୋଗୁଁ ପିଲାଙ୍କ ଦେଖାଶୁଣା କରିବା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ଥିଲା। ଏଥିରେ କୁହାଯାଇଛି ଯେ ୱାର୍କ ଫ୍ରମ ହୋମ ଯୋଗୁଁ କର୍ମଜୀବି ମା'ମାନଙ୍କୁ ଅଧିକ ସମସ୍ୟା ସାମ୍ନା କରିବାକୁ ପଡିଛି। ଏବେ ୧୦ ରୁ ୭ (୭୭ ପ୍ରତିଶତ) ମହିଳାଙ୍କ ସମୟ ପିଲାଙ୍କ ଦେଖାଶୁଣାରେ କଟିଯାଉଛି। ୫ରୁ ଜଣେ ଅର୍ଥାତ ୧୭ ପ୍ରତିଶତ ପୁରୁଷ ପିଲାଙ୍କ ଦେଖାଶୁଣା କରୁଛନ୍ତି।

ଭାରତର ଲିଙ୍କ୍ଡ ଇନର ନିର୍ଦ୍ଦେଶକ ରୁଚି ଆନନ୍ଦ କହିଛନ୍ତି ଯେ ଭାରତରେ କର୍ମଜୀବି ମହିଳାଙ୍କ ପାଇଁ ଚାକିରୀ ସୁରକ୍ଷା ବହୁତ ମହତ୍ତ୍ୱପୂର୍ଣ୍ଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.