vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ମହାମାରୀରେ ଛାତ୍ରଛାତ୍ରୀଙ୍କ ପାଠପଢା ଧୂଳିସାତ୍‌, ଗ୍ରାମାଞ୍ଚଳରେ ୩୭ ଏବଂ ସହରାଞ୍ଚଳରେ ୧୯ ପ୍ରତିଶତ ପିଲା ଆଦୌ ପାଠ ପଢୁନାହାନ୍ତି : ରିପୋର୍ଟ

7/09/2021 at 9:04 PM

ନୂଆଦିଲ୍ଲୀ ୦୭/୦୯ : କରୋନା ମହାମାରୀ କାରଣରୁ ଲମ୍ବା ସମୟ ଧରି ଦେଶରେ ସ୍କୁଲ, କଲେଜ ବନ୍ଦ ରହିଥିଲା । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବିଶେଷ କରି ଗ୍ରାମାଞ୍ଚଳରେ ପିଲାମାନେ ପାଠପଢା ପ୍ରତି ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏକ ସର୍ବେକ୍ଷଣରେ ପ୍ରକାଶ ପାଇଛି ଯେ, ଗ୍ରାମାଞ୍ଚଳରେ ପ୍ରାୟ ୩୭ ପ୍ରତିଶତ ଛାତ୍ରଛାତ୍ରୀ ଆଦୌ ପାଠ ପଢୁନାହାନ୍ତି ଏବଂ ୪୮ ପ୍ରତିଶତ ଛାତ୍ରଛାତ୍ରୀ ନାମକୁ ମାତ୍ର ପାଠପଢୁଛନ୍ତି ।

ଲକ୍‌ଡାଉନ୍‌ ଏମରଜିନ୍ସି ରିପୋର୍ଟ ଅନ୍‌ ସ୍କୁଲ ଏଜୁକେସନ୍‌ ନାମକ ଏକ ଶୀର୍ଷକ ସର୍ବେକ୍ଷଣରୁ ଏହି ରିପୋର୍ଟ ଜାରି କରାଯାଇଛି । ଏହି ସର୍ଭେ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୪ଶହ ସ୍କୁଲ ପିଲାଙ୍କୁ ନେଇ ଗତ ଅଗଷ୍ଟ ମାସରେ କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ‘ଏହି ସର୍ବେକ୍ଷଣରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ଚିନ୍ତାଜନକ । ଲକ୍‌ଡାଉନ୍‌ ସମୟରେ ଗ୍ରାମାଞ୍ଚଳରେ କେବଳ ୨୮ ପ୍ରତିଶତ ପିଲା ହିଁ ପାଠ ପଢୁଥିଲେ ଯେତେବେଳେକି ୩୭ ପ୍ରତିଶତ ପିଲା ଆଦୌ ପାଠ ପଢୁନଥିଲେ । ଏହା ସହିତ ୪୮ ପ୍ରତିଶତ ପିଲା ନାମକୁ ମାତ୍ର ପାଠ ପଢୁଥିଲେ ।’

ସେହିଭଳି ସହରାଞ୍ଚଳରେ ୪୭ ପ୍ରତିଶତ ପିଲା ନିୟମିତ ପାଠ ପଢୁଥିବା ବେଳେ ୧୯ ପ୍ରତିଶତ ପିଲା ଆଦୌ ପାଠ ପଢୁନଥିଲେ ଏବଂ ୪୨ ପ୍ରତିଶତ ପିଲା ନାମକୁ ମାତ୍ର ପାଠ ପଢୁଥିଲେ । ଏହି ସର୍ଭେ ମୁଖ୍ୟତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବସ୍ତି ଅଞ୍ଚଳରେ କରାଯାଇଥିଲା । ଯେଉଁଠାରେ କି ବିଶେଷ କରି ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲକୁ ପାଠ ପଢିବା ପାଇଁ ଯାଆନ୍ତି ।

ସର୍ବେକ୍ଷଣ ଅନୁଯାୟୀ, ଅନଲାଇନ କ୍ଲାସ କରୁଥିବା ଛାତ୍ରଛାତ୍ରୀଙ୍କ ହାର ମଧ୍ୟ ଚିନ୍ତାଜନକ ରହିଛି । କାରଣ ଦେଶରେ ଏବେବି ଅନେକ ଅଞ୍ଚଳ ଉପାନ୍ତ ଭାବେ ରହିଛି । ଯେଉଁଠାରେ କି ମୌଳିକ ସୁବିଧାସୁଯୋଗ ତ ଦୂରର କଥା ଗାଁକୁ ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ । ତେବେ ଅନଲାଇନ୍‌ କ୍ଲାସ କରୁଥିବା ଛାତ୍ରଛାତ୍ରୀଙ୍କ କଥା କହିବାକୁ ଗଲେ, ସହରାଞ୍ଚଳରେ ୨୪ ପ୍ରତିଣତ ପିଲା ଅନଲାଇନ୍‌ରେ କ୍ଲାସ କରିପାରୁଥିବା ବେଳେ ଗ୍ରାମାଞ୍ଚଳ​‌ରେ ମାତ୍ର ୮ ପ୍ରତିଶତ ପିଲା ହିଁ ଏଥିରେ ସାମିଲ ହୋଇପାରୁଥିଲେ । ଆର୍ଥିକ ସ୍ତରରେ ଦୁର୍ବଳ ତଥା ଇଣ୍ଟରନେଟ୍‌ ସଂଯୋଗ ଏବଂ ସ୍ମାର୍ଟଫୋନ ନଥିବାରୁ ଛାତ୍ରଛାତ୍ରୀମାନେ ବିଶେଷ କରି ଗ୍ରାମାଞ୍‌ଚଳରେ ଅନଲାଇନ୍‌ କ୍ଲାସ ନକରିପାରିବା ମୁଖ୍ୟ କାରଣ ବୋଲି ସର୍ଭେରେ ଉଲ୍ଲେଖ ରହିଛି ।

ବଡ କଥା ହେଉଛି ସ୍ମାର୍ଟଫୋନ ଥାଇ ମଧ୍ୟ ଅନେକ ଛାତ୍ରଛାତ୍ରୀ ପାଠପଢା ପ୍ରତି ଆଗ୍ରହ ଦେଖାଉନଥିଲେ । ସହରରେ ଏହି ଅନୁପାତ ୩୧ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍‌ ଥାଇ ବି ପାଠ ପଢୁନଥିଲେ । ତେବେ ପାଠପଢାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଏବଂ ଦଳିତ ପରିବାରର ହୋଇଥିବା ଜଣାପଡିଛି ।

ଅଭିଭାବକଙ୍କ କଥା କହିବାକୁ ଗଲେ ସହରାଞ୍ଚଳର ୬୫ ପ୍ରତିଶତ ଅଭିଭାବକ ପିଲାମାନଙ୍କ ପାଠ ପଢାରେ ବ୍ୟାଘାତ ହୋଇଥିବା କଥା କହିଛନ୍ତି । ସବୁଠାରୁ ବଡ କଥା ହେଉଛି ଗ୍ରାମାଞ୍ଚଳର ୯୮ ପ୍ରତିଶତ ଅଭିଭାବକ କହିଛନ୍ତି ପିଲାମାନଙ୍କ ପାଠପଢା ଖରାପ ହୋଇଛି ଏବଂ ତୁରନ୍ତ ସ୍କୁଲ ଖୋଲାଯାଉ ।

   Related Posts