ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ୩୬୭ ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି।/wp:preformatted
ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ୮୦ ଜଣ ଷ୍ଟାଫ୍ ନର୍ସ, ୪୦ ଫାର୍ମାସିଷ୍ଟ, ୪୦ ଲ୍ୟାବ୍ ଟେକ୍ନିସିଆନ୍, ୮ ଏନ୍ଏମ୍, ୮ ଏକ୍ସ-ରେ ଟେକ୍ନିସିଆନ୍, ESI ନିର୍ଦ୍ଦେଶାଳୟରେ ୯ ଜଣ OT ଆସିଷ୍ଟାଣ୍ଟ, ୪୮ ହସ୍ତତନ୍ତ ପ୍ରୋତ୍ସାହନ ଅଧିକାରୀ, ସମବାୟ ସମିତିର ୭ ଇନ୍ସପେକ୍ଟର, ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୩ ଅଡିଟର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ ଜୁନିଅର ଆସିଷ୍ଟାଣ୍ଟ, କାରଖାନା ଏବଂ ବଏଲର ନିର୍ଦ୍ଦେଶାଳୟର ୯ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଏବଂ ୧୦୪ ଯୋଗାଣ ଇନ୍ସପେକ୍ଟର ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗରେ ଅଛନ୍ତି।
wp:html/wp:htmlCM @Naveen_Odisha attended the orientation function of 367 officers and staff who joined four departments of the State Govt. Addressing the event, CM said that all new recruits should have only one purpose that is to serve the people of #Odisha. 'We may work in different… pic.twitter.com/AUZasq3U5t
— CMO Odisha (@CMO_Odisha) February 21, 2024
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ନିଯୁକ୍ତି ପାଇଥିବା ସମସ୍ତ ଅଧିକାରୀ ଏବଂ ଷ୍ଟାଫ୍ଙ୍କ ଗୋଟିଏ ଲକ୍ଷ୍ୟ ରହିବା ଦରକାର। ଆଉ ତାହା ହେଉଛି ଓଡ଼ିଶାର ଲୋକଙ୍କ ସେବା । ଏହା ସହ ମୁଖ୍ୟମନ୍ତ୍ରୀ, ସେମାନଙ୍କୁ ନିଜ ନିଜ କ୍ଷେତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ ହାସଲ କରିବାକୁ 5T ପଦକ୍ଷେପ ଅନୁସରଣ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।