ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୩୬୬୫୨କୋଭିଡ଼ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୦୫।୧୨: ଦେଶରେ କୋଭିଡ଼ ସଂକ୍ରମଣରେ ୩୬,୬୫୨  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ପାର୍ ହୋଇଛି । ଦେଶରେ ୯୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇ ଘର ଫେରିଥିବା ଲୋକଙ୍କ ସଂଖ୍ୟା ୯୪.୨୦ ପ୍ରତିଶତ ରହିଛି ।

wp:html /wp:html

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୬୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ମୋଟ ୯୬,୦୮,୨୧୧ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ୧,୩୯,୭୦୦ରେ ପହଞ୍ଚିଛି । ଦେଶରେ ଏବେ ଯାଏଁ କରୋନାରୁ ୯୦,୫୮,୮୨୨ଜଣ ସଂକ୍ରମଣମୁକ୍ତ ହୋଇ ଘରକୁ ଫେରିଛନ୍ତି । ରାଷ୍ଟ୍ରୀୟ ଦର ବଢି ୯୪.୨୦ ପ୍ରତିଶତ ହୋଇଛି । ସେହିପରି ମୃତ୍ୟୁ ହାର ୧.୪୫ ରହିଛି । ତଥ୍ୟ ଅନୁସାରେ ଦେଶରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୪,୦୯,୬୮୯ ରହିଛି । ଗତ କିଛି ଦିନ ହେଲା ଦେଶରେ ଆକ୍ଟିଭ୍‌ କେସ୍‌ ହ୍ରାସ ପାଉଛି । ଗତ ୨୪ଘଣ୍ଟାରେ କରୋନାରୁ ୪୨,୫୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କିଛି ସ୍ଥାନରେ କରୋନାର ୨ୟ ଲହରୀ ଜାରି ରହିଛି । ଯାହାକି ଏକ ଚିନ୍ତାଜନକ ରହିଛି । ୨ୟ ଲହରୀକୁ ଦୃଷ୍ଟିରେ ରଖି ଦେଶରେ ଅନେକ ସ୍ଥାନରେ ନାଇଟ୍‌ କର୍ଫୁ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.