oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୩ କରୋନା ସଂକ୍ରମିତ, ୩୨୬୫୯୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

21/12/2020 at 11:13 AM

ଭୁବନେଶ୍ବର ୨୧।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୬୫୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦ଜଣ, ବରଗଡ଼ ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୮ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୨୨ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୧୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନାଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୨୭ଜଣ, ସମ୍ବଲପୁର ଜିଲ୍ଲାରୁ ୩୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୦ଜଣ, ଷ୍ଟେଟ ପୁଲ୍‌ରୁ ୧୨ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୬୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୫୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୧୬୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୬୩୫୯୮୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts