କରୋନାରୁ ଜିତୁଛି ଓଡିଶା, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୩୬୩ ଆକ୍ରାନ୍ତ

Published By : Prameya-News7 Bureau | December 18, 2020 IST

ଭୁବନେଶ୍ଵର ୧୮।୧୨: ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ପ୍ରାୟତଃ ଦୂର ହୋଇଛି। ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁ ନାହିଁ ମହାମାରୀ କରୋନା। ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫ଟି ଜିଲ୍ଲାରୁ ୩୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୦, ୯୪୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶୁକ୍ରବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

wp:html /wp:html

ଶୁକ୍ରବାର ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଖୋର୍ଦ୍ଧା ଜିଲ୍ଲାରୁ ୪୬, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୧, ବାଲେଶ୍ଵରରୁ ୨୦, କଟକରୁ ୨୦, ପୁରୀରୁ ୨୦, ସମ୍ବଲପୁରରୁ ୧୭, ବଲାଙ୍ଗୀରରୁ ୧୪, କଳାହାଣ୍ଡିରୁ ୧୩,  କେନ୍ଦ୍ରାପଡାରୁ ୧୧, ଜଗତସିଂହପୁରରୁ ୯, ଗଞ୍ଜାମରୁ ୭, ନୂଆପଡାରୁ ୭, ଝାରସୁଗୁଡାରୁ ୬, କେନ୍ଦୁଝରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୨, ଯାଜପୁରରୁ ୧, ନବରଙ୍ଗପୁରରୁ ୧ ଓ ନୟାଗଡରୁ ଜଣେ କୋଭିଡ୍ ୧୯ରୁ ଆରୋଗ୍ୟ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୨୯ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.