ତଳମୁହାଁ କରୋନା ଗ୍ରାଫ୍ , ଦେଶରେ ଗତ ୨୪ଘଣ୍ଟାରେ ୩୬୦୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୬।୧୨: ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢୁଛି-କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୬,୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେତେବେଳେକି ଶନିବାର ଦିନ ୩୬,୬୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ତୁଳନାରେ ରବିବାର ଦିନ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି ।

wp:html /wp:html

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ଦେଶରେ ୩୬,୦୧୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୨ଜଣଙ୍କ ମୃତ୍ୟୁ ହୋଇଛି ।  ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ପାର୍‌ ହୋଇଛି । ଏମାନଙ୍କ ମଧ୍ୟରୁ ୯୧ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ହାର ୯୪.୨୦ପ୍ରତିଶତ ରହିଛି । ଦେଶରେ ମୋଟ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୪୪,୨୨୨ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା ୧,୪୦,୧୮୨ରେ  ପହଞ୍ଚିଛି ।

ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୧,୦୦,୭୯୨ରେ ପହଞ୍ଚିଛି । ଦେଶରେ ମୃତ୍ୟୁ ହାର ୧.୪୫ ରହିଛି । .ବର୍ତ୍ତମାନ ବର୍ତ୍ତମାନ କରୋନା ଆକ୍ଟିଭ୍‌ କେସ୍‌ ୪,୦୩,୨୪୮ରେ ରହିଛି । ଗତକିଛି ହେଲେ କରୋନାର ଆକ୍ଟିଭ୍‌ କେସ୍‌ ସଂଖ୍ୟା କମିବାରେ ଲାଗିଛି । ଲଗାତର ଆକ୍ଟିଭ୍‌ କେସ୍‌ ୫ଲକ୍ଷ ତଳେ ରହିଛି । ଗତ ୨୪ଘଣ୍ଟାରେ ୪୧,୯୭୦ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.