ଖୋଲିଲା ବାଟ : ସେନା ପାଇଁ ତିସ୍ତା ନଦୀରେ ନିର୍ମାଣ ହେଲା ୩୬୦ଫୁଟ ଲମ୍ବା ବ୍ରିଜ୍

Published By : Prameya-News7 Bureau | March 23, 2020 IST

ଗ୍ୟାଙ୍ଗଟକ୍ ୨୩/୩: ଉତ୍ତର ସିକିମକୁ ଦେଶର ଅନ୍ୟାନ୍ୟ ପ୍ରାନ୍ତ ସହ ଯୋଡ଼ୁଥିବା ସସପେନସନ୍ ବ୍ରିଜ୍ ଲୋକଙ୍କ ପାଇଁ ଖୋଲି ଗଲାଣି। ଏହା ଚୁଙ୍ଗଥାଙ୍ଗ୍ ଅଞ୍ଚଳର ମୁଂଶୀଥାଙ୍ଗ ପାଖରେ ତିସ୍ତା ନଦୀ ଉପରେ ହୋଇଛି। ଏହା ୩୬୦ଫୁଟ ଲମ୍ବା। ଏହି ପୋଲ ୪ମାସରୁ ନିର୍ମାଣ ହୋଇ ସାରିଛି।

ଏହାର ନିର୍ମାଣ କାର୍ଯ୍ୟ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା ଏବଂ ଏବର୍ଷ ଜାନୁୟାରୀରେ ସରିଥିଲା। ଏହି ବ୍ରିଜ୍ ଲାଚେନର ଲୋକଙ୍କ ସହ ଭାରତୀୟ ସେନାଙ୍କ ପାଇଁ ମଧ୍ୟ ସହାୟକ ସାବ୍ୟସ୍ତ ହେବ।

୨୦୧୯ମସିହା ଜୁନ୍ ମାସରେ ବାଦଲ ଫାଟି ହୋଇଥିବା ବନ୍ୟାରେ ଏଠାକାର ୧୮୦ଫୁଟ ଲମ୍ବା ଲୁହାର ପୁରୁଣା ପୋଲ ଭାସି ଯାଇଥିଲା। ସେଥିପାଇଁ ଲୋକେ ଏହି ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.