ଦିଲ୍ଲୀର ସୁରକ୍ଷା କବଚରେ ୩୬ଜଣ ମହିଳା ବ୍ରିଗେଡ
10/08/2018 at 11:26 AM

ଦିଲ୍ଲୀର ସୁରକ୍ଷା କବଚରେ ଉତ୍ତରପୂର୍ବାଞ୍ଚଳର ୩୬ଜଣ ମହିଳା ବ୍ରିଗେଡ। ଦେଶ ଓ ବିଦେଶରେ ବିଶେଷଜ୍ଞଙ୍କ ପ୍ରଶିକ୍ଷଣରେ ତାଲିମନେଇଥିବା ଉତ୍ତରପୂର୍ବାଞ୍ଚଳର ୩୬ ଜଣ ମହିଳା କନଷ୍ଟେବଲକୁ ନେଇ ଗଠିତ ସ୍ବାଟ୍ ଦଳକୁ ଦିଲ୍ଲୀ ପୋଲିସରେ ସାମଲ କରାଯିବ। ୧୫ ମାସର କଠୋର ପ୍ରଶିକ୍ଷଣ ପରେ ସ୍ବାଟ ଦଳକୁ ବିଧିବଦ୍ଧଭାବେ ଦିଲ୍ଲୀ ପୋଲିସରେ ସାମିଲ କରିବେ ଗୃହମନ୍ତ୍ରୀ ରାଜନାଥ ସିଂ। ଯେକୌଣସି ପ୍ରକାର ଜରୁରୀକାଲିନ ପରିସ୍ଥିତିକୁ ମୁକାବିଲ କରିବାକୁ କମାଣ୍ଡୋମାନେ ସକ୍ଷମ। ଖାସ୍ କରି ଆତଙ୍କବାଦୀ ହମଲା ଓ ପଣବନ୍ଦୀ ପରି ପରିସ୍ଥିତି ଉପୁଜିଲେ ତାର ଦୃଢ ମୁକାବିଲା କରିାବାକୁ ଏହି କମାଣ୍ଡୋମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ସ୍ବାଟ୍ ଟିମରେ ୧୩ ଜଣ ଆସାମରୁ ଏବଂ ଅରୁଣାଚଳପ୍ରଦେଶ,ସିକ୍କିମ ଓ ମଣିପୁରୁର ୫ଜଣେ ଲେଖାଏ ମହିଳା ସଦସ୍ୟ ଅଛନ୍ତି। କମାଣ୍ଡୋମାନଙ୍କୁ ବିନା ଅସ୍ତଶସ୍ତ୍ର ସହିତ MP5 ସବମେସିନ ବନ୍ଧୁକ ଓ ଗ୍ଲୋକ ୨୧ପିସ୍ତଲର ବ୍ୟବହାର ପାଇଁ ସ୍ବତନ୍ତ୍ର ତାଲିମ୍ ଦିଆଯାଇଛି। କମାଣ୍ଡୋମାନଙ୍କୁ କେନ୍ଦ୍ର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ଗୁରୁତ୍ବପୂର୍ଣ୍ଣସ୍ଥାନ ମାନଙ୍କରେ ମୁତୟନ କରାଯିବ । ଅଧିକାଂଶ କମାଣ୍ଡୋମାନଙ୍କୁ ଆତଙ୍କବାଦୀ ନିରୋଧୀ ଭ୍ୟାନ ପରାକ୍ରମରେ ମୁତୟନ କରାଯିବ।କମାଣ୍ଡୋମାନେ ଦିଲ୍ଲାର ବହୁତଳ ପ୍ରାସାଦରେ ଚଢିବା ହେଉ କିମ୍ବା ହୋଟେଲ କିମ୍ବା ବସ କିମ୍ବାରେ ପଣବନ୍ଦୀ ପରିସ୍ଥିତି ଉପୁଜିଲେ ଲୋକଙ୍କୁ ସୁରକ୍ଷା ଦେବାଲାଗି ସ୍ବତନ୍ତ୍ର ତାଲିମ୍ ଦିଆଯାଇଛି।କମାଣ୍ଡୋମାନଙ୍କୁ