ନୂଆ ଥାନା ପ୍ରସଙ୍ଗରେ ଗୃହରେ ଉଦ୍ବେଗ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର- ରାଜ୍ୟରେ ଖୋଲିଛି ୩୬ ନୂଆ ଥାନା
13/03/2023 at 3:28 PM

ଭୁବନେଶ୍ବର ୧୩।୩: ବିଧାନସଭା ପ୍ରଶ୍ନକାଳରେ ନୂଆ ଥାନା ଖୋଲିବା ନେଇ ଉଦବେଗ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ନିଜ ଅଞ୍ଚଳରେ ନୂଆ ଥାନା ଖୋଲିବା ନେଇ ଗୃହରେ ଦାବି ରଖିଛନ୍ତି ।
ଏ ନେଇ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି, ରାଜ୍ୟରେ ୬୪୩ ଥାନା ଥିଲା । ବର୍ତ୍ତମାନ ନୂଆ ୩୬ଟି ଥାନା ଖୋଲାଯାଇଛି । ଅନେକ ସ୍ଥାନରେ ନୂଆ ଥାନା ଖୋଲିବାକୁ ପ୍ରସ୍ତାବ ଆସିଛି । ବିଭାଗ ସେ ନେଇ ବିଚାର କରାଯାଉଛି । ନୂଆ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଛି । ଯେମିତି ମାସକୁ କେତେ କେସ୍ ରେକର୍ଡ ଆସୁଛି ଏବଂ ବର୍ଷକର ଷ୍ଟାଟିସକାଲ ଡାଟା ନେଇ କି ନୂଆ ଥାନା ପାଇଁ ବିଚାର କରାଯାଏ ।