ପଞ୍ଚାୟତକୁ ୩୬ଘଣ୍ଟା ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 02, 2020 IST

ପାଟଣା ୦୨।୦୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି । ଏହି କ୍ଷମତା ବଳୟରେ ସରପଞ୍ଚ କରୋନା ସଂକ୍ରମଣରୁ ନିଜ ଅଞ୍ଚଳକୁ ରକ୍ଷାକରିବା ପାଇଁ ସଟ୍‌ଡାଉନ୍‌ ଘାେଷଣା କରୁଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ କୁ ୩୬ଘଣ୍ଟା ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

{"id":280043,"sizeSlug":"large"}

ମହାରାଷ୍ଟ୍ରରୁ ଅନ୍ୟମାନଙ୍କ ଅଜାଣତରେ ଏରେଣ୍ଡେଇ ଗ୍ରାମକୁ ଫେରିଥିବା ଜଣେ ପ୍ରବାସୀ ବହୁ ଲୋକଙ୍କ ସହ ମିଳାମିଶା କରିଥିବା ଖବର ମିଳିବା ପରେ ପିଇଓ ସୁଧାଂଶୁ ପାଇକିରାୟ ଓ ଗ୍ରାମରୋଜଗାର ସେବକ ତ୍ରିନାଥ ମହାନ୍ତ ଉକ୍ତ ପ୍ରବାସୀ ଯୁବକଙ୍କୁ ଠାବ କରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି । ପଞ୍ଚାୟତ ପକ୍ଷରୁ ଗ୍ରାମକୁ ସାନିଟାଇଜେସନ୍ କରିବା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଛି ।  ସରପଞ୍ଚ ପଞ୍ଚାୟତ ମୁଖ୍ୟାଳୟ ଏରେଣ୍ଡେଇ ଗ୍ରାମକୁ ୩୬ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.