୩୫୧ ଜୀବନ୍ତ କଇଁଛ ଜବତ, ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ହେଉଥିଲା ଚାଲାଣ

Published By : Prameya-News7 Bureau | March 03, 2024 IST

ଭୁବନେଶ୍ବର ୦୩।୦୩ : ୩୫୧ ଜୀବନ୍ତ କଇଁଛ ଜବତ । କଟକ ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରୁ ଏହି କଇଁଚ୍ଛକୁ ଜବତ କରିଛି ଡିଆର୍‌ଆଇ । ଏହି ଘଟଣାରେ ତିନି ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ କାର୍‌ ବି ଜବତ ହୋଇଛି ।

ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ହେଉଥିଲା ୩୫୧ କଇଁଚ୍ଛ । ଚୋରା ଚାଲାଣ ନେଇ ଗୁଇନ୍ଦା ସୂଚନା ପାଇଥିଲା ଡିଆର୍‌ଆଇ । ଏହିକ୍ରମରେ କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଛକି ରହିଥିଲା । ଏକ କାର୍‌ରେ ତିନି ଜଣ ବ୍ୟବସାୟୀ ଏହି କଇଁଚ୍ଛକୁ ନେଇ ଯାଉଥିବା ବେଳେ ଧରିଥିଲା ଡିଆର୍‌ଆଇ । ଜବତ ପରେ ସମସ୍ତ କଇଁଚ୍ଛକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଏହାସହିତ ଅଟକ ବ୍ୟବସାୟୀଙ୍କୁ ମଧ୍ୟ ଜେରା ଚାଲିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/mi-beat-rcb-by-7-wickets-to-go-top-in-points-table/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mi-beat-rcb-by-7-wickets-to-go-top-in-points-table/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.