ରାମନବମୀରେ ୩୫ ପ୍ଲାଟୁନ ଫୋର୍ସ ସହ ୭୬ ସିସିଟିଭି ଓ ୮ ଡ୍ରୋନ କ୍ୟାମେରା, ଭଦ୍ରକ ପୋଲିସର ଫ୍ଲାଗମାର୍ଚ୍ଚ
27/03/2023 at 11:24 PM

ଭଦ୍ରକ: ଐତିହାସିକ ରାମନବମୀ ପାଇଁ ଭଦ୍ରକ ପୋଲିସ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ । ଆଗାମୀ ୩୦ ତାରିଖରେ ହେବାକୁ ଥିବା ରାମନବମୀ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଗୋଶାଳା ଛକରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଅଞ୍ଚଳରେ ବୁଲିଥିଲା। ଏଥିରେ ଆଇଜି ହିମାଂଶୁ ଲାଲ, ଭଦ୍ରକ ଏସପି ବରୁଣ ଗୁଣ୍ଠପାଲିଙ୍କ ସମେତ ଵହୁ ପୋଲିସ ଅଫିସର ଓ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ ।

ଆସନ୍ତାକାଲି ହେବାକୁ କଳସ ଶୋଭାଯାତ୍ରା, ଆଜ୍ଞା ମାଳ, ଆଗାମୀ ୨୮ ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ପୋଲିସ ପ୍ରସ୍ତୁତ ହୋଇଛି। ଆଗମୀ ୨୮ ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ଆଇଜି, ଏସପି, ୨ ଏଏସପି, ୧୨ ଡିଏସପି, ୨୫ ଇନ୍ସପେକ୍ଟର, ୧୦୦ରୁ ଅଧିକ ଏଏସଆଇ ଓ ୩୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି।

ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ଵ୍ୟବସ୍ଥା ହୋଇଛି। ନଗର ସଂକୀର୍ତ୍ତନ ସମୟରେ ପୋଲିସ ପକ୍ଷରୁ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିବ। ପୋଲିସ ପକ୍ଷରୁ ଭଦ୍ରକବାସୀଙ୍କୁ ନିବେଦନ କରାଯାଇଛି ଶାନ୍ତି ଶୃଙ୍ଖଳାର ସହ ରାମନବମୀ ପାଳିବା ପାଇଁ । ବିଶେଷ କରି ସାମାଜିକ ଗଣମାଧ୍ୟମ ଉପରେ କଡା ନଜର ରଖିଛି ପୋଲିସ ।