ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ବେଧଡ଼କ ଗଛକଟା, ଚଢାଉ କରି ୩୫ଜଣଙ୍କୁ ଗିରଫ କଲା ବନବିଭାଗ
8/09/2021 at 9:18 AM

ସମ୍ବଲପୁର ୦୮।୦୯: ଗଛ କାଟୁଥିବା ଅଭିଯୋଗରେ ୩୫ ଗିରଫ । ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ କାଟୁଥିଲେ ଗଛ । ସ୍ଥାନୀୟ, ଦେବଗଡ ଓ ଝାଡଖଣ୍ଡ ଅଂଚଳରୁ ୩୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏହା ସହ ଧନୁଶର, ଟାଙ୍ଗିଆ, ବାଟୁଳି, ବର୍ଛା ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି ।

ଖବର ଅନୁଯାୟୀ, ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଝାଡଖଣ୍ଡୀ ଅନୁପ୍ରବେଶ କାରୀଙ୍କ ଲୋଲୁପ ଦୃଷ୍ଟି । ଗଛ କାଟି ଚାଷ ଜମି ଓ ଘର ନିର୍ମାଣ ସକାଶେ ପଦା କରୁଛନ୍ତି ଶହ ଶହ ଏକର ଜଙ୍ଗଲ ଜମି । ଫଳରେ ରେଢାଖୋଲ ବନ ବିଭାଗ ପକ୍ଷରୁ ବଡ ଆକ୍ସନ । ରେଢାଖୋଲ ବନ ବିଭାଗ ପକ୍ଷରୁ ଏକ ବଡ ଧରଣର ଚଢାଉ ହୋଇଥିଲା । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ କିଛି ଅନୁପ୍ରବେଶ କାରୀ ଜଙ୍ଗଲ କାଟିବାର ଖବର ପାଇ ରେଢାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ I

ବନ ବିଭାଗ ଦେଖିବା ବେଳକୁ ଶତାଧିକ ଅନୁପ୍ରବେଶ କାରୀ ବିଶେଷ କରି ଝାଡଖଣ୍ଡରୁ ଆସି ଯାହା ଗଛ କାଟୁଥିଲେ I ଏହି ସମୟରେ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା I ଘଟଣାରେ ୩୫ଜଣଙ୍କୁ ଗିରଫ କରିଛି ବନ ବିଭାଗ I ଆଉ ସେମାନଙ୍କ ପାଖରୁ ଶିକାର ସମ୍ବନ୍ଧୀୟ କିଛି ଜାଲ ଏବଂ ମାରଣାସ୍ତ୍ର ଜବତ କରାଯାଇଥିବା ଏସସିଏଫ ସୂଚନା ଦେଇଛନ୍ତି I

ସୂଚନା ମୁତାବକ ଏହି ଅଞ୍ଚଳରେ ବିଗତ ବର୍ଷେ ହେଲାଣି ଝାଡଖଣ୍ଡ ଏନଂ ସ୍ଥାନୀୟ ଲୋକ ମିଶି ଆସି ପୂର୍ବରୁ ମଧ୍ୟ ଜଙ୍ଗଲ କାଟି ବସବାସ ଏବଂ ଘରବାରୀ ,ଚାଷ ଜମି କରିବା ପାଇଁ ପ୍ରୟାସ କରିଥିଲେ I ଯାହାକୁ ନେଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା I କିନ୍ତୁ ଏବେ ପୁଣି ଥରେ ଆସି ଏଠାରେ ଅନୁପ୍ରବେଶ କାରୀ ମାନେ ଗଛ କାଟୁଥିବା ର ଅଭିଯୋଗ ପାଇ ବନ ବିଭାଗ ଚଢାଉ କରିଥିଲା I