ଯାତ୍ରୀବାହୀ ବସ୍‌ରୁ ଗଞ୍ଜେଇ ଜବତ, ୭ଟି ପ୍ୟାକେଟ୍‌ରେ ଥିଲା ୩୫ କିଲୋ

Published By : Prameya-News7 Bureau | December 26, 2020 IST

କରଞ୍ଜିଆ ୨୬।୧୨: ଯାତ୍ରୀବାହୀ ବସରୁ ଗଞ୍ଜେଇ ଜବତ । ଏକ ଘରୋଇ ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ପୋଲିସ । ମୟୂରଭଞ୍ଜ କରଞ୍ଜିଆ ପୋଲିସ ବସରୁ ୩୫ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ବସ୍ କଣ୍ଡକ୍ଟର ଓ ହେଲପର ଥାନାରେ ଅଟକ ଅଛନ୍ତି ।

{"id":383001,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଡ଼ଲଫିନ୍ ନାମକ ଏକ ଘରୋଇ ବସ୍ କେନ୍ଦୁଝରରୁ କଲିକତା ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ଛକ ନିକଟରେ ପୋଲିସ ଗାଡିକୁ ଅଟକାଇ ଚଢାଉ କରିଥିଲା । ଗଞ୍ଜେଇ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବସରେ ଚଢ଼ାଉ କରିଥିଲା କରଞ୍ଜିଆ ପୋଲିସ । ଚଢାଉ ବେଳେ ୩୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.