ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମୁଦ୍ର କୂଳରୁ ୩୫ ଫୁଟର ମୃତ ତିମି ଉଦ୍ଧାର : ଟ୍ରଲର ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ

6/03/2020 at 2:38 PM

ପୁରୀ ୬/୩: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଗୁଣ୍ଡୁଳୁବା ଗ୍ରାମର ସମୁଦ୍ର ଉପକୂଳରେ ଆଜି ସକାଳୁ ଏକ ମୃତ ତିମି ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ସୂଚନା ପାଇ ବନ ବିଭାଗ ତରଫରୁ ତିମିକୁ ପ୍ରାଥମିକ ତଦନ୍ତ କରିବା ସହ ତିମିର ଲମ୍ବ ପ୍ରାୟ  ୩୦ରୁ ୩୫ଫୁଟ ଥିବା ଜଣାପଡିଛି। ସମୁଦ୍ର ଗର୍ଭରେ ଅବାଧରେ ପ୍ରତିଦିନ ବେଆଇନ ଟ୍ରଲର ଚାଲୁଥିବା ଯୋଗୁଁ କୌଣସି ପରିସ୍ଥିତିରେ ଟ୍ରଲର ସହ ମାଡ଼ ହୋଇ ତିମିର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।

 ବନବିଭାଗ ପକ୍ଷରୁ ବ୍ୟାପକ ପେଟ୍ରୋଲିଂ ବ୍ୟବସ୍ଥା କରାଯାଉନଥିବାରୁ ଅନେକ ସମୟରେ  ଏପରି ତିମି ମରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଆଗକୁ ଯଦି ବନବିଭାଗ ଏହିପରି ଶୋଇରୁହେ ତେବେ ଅନେକ ତିମି ଏହି ପରି ମୃତ୍ୟୁ ବରଣ କରିପାରନ୍ତି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।

   Related Posts