ବଜାରକୁ ଆସିବ ୩୫ଟି ଇଲେକ୍ଟ୍ରିକ୍ ଗାଡ଼ି- ଶେଷ ହୋଇଛି ଦିଲ୍ଲୀ ମୋଟର ସୋ’ ଅଟୋ ଏକ୍ସପୋ ୨୦୨୦

Published By : Prameya-News7 Bureau | February 13, 2020 IST

ଗ୍ରେଟର ନୋଇଡ଼ା : ଭାରତର ପ୍ରମୁଖ ମୋଟର ସୋ’ ଅଟୋ ଏକ୍ସପୋ ବୁଧବାର ଦିନ ଶେଷ ହୋଇଛି । ଏଠାରେ ୭୦ଟି ପ୍ରଡ଼କ୍ଟ ଲଞ୍ଚ ହେବା ସହ , ୮ଦିନ ଧରି ଚାଲିଥିବା ଏହି ସୋ ରେ ରେକର୍ଡ ସଂଖ୍ୟକ ୬.୦୮ ଲକ୍ଷ ପରିଦର୍ଶକ ଉକ୍ତ ଅଟୋ ଏକ୍ସପୋର ଆନନ୍ଦ ନେଇଥିଲେ ।

ଅଟୋ ଏକ୍ସପୋର ଏହି ସଂସ୍କରଣରେ ୧୦୮ଟି ପ୍ରଦର୍ଶକ ଯୋଗଦେବା ସହ ଯଥାକ୍ରମେ ୩୫୨ରୁ ଅଧିକ ପ୍ରଡ଼କ୍ଟ  ପ୍ରଦର୍ଶିତ କରିଥିଲେ । ଇଣ୍ଡିଆନ୍‌ ଅଟୋମୋବାଲ୍‌ ମାନ୍ୟୁଫାଚରିଂ ସୋସାଇଟ୍‌ର ସୂଚନା ମୁତାବକ, ଏହି ମୋଟର ସୋ’ ଅଟୋ ଏକ୍ସପୋରେ ଭାଗ ନେଇଥିଲେ ୮ଟି ବିଶ୍ୱ ସ୍ତରୀୟ ପ୍ରିମିୟର ଏବଂ ଏଥିରେ ୭୦ରୁ ଅଧିକ ପ୍ରଡ଼କ୍ଟ ହୋଇଥିଲା ଲଞ୍ଚ।

ପରିବେଶ ଅନୁକୂଳ ଯାନବାହାନ ମଧ୍ୟରେ  ୩୫ଟି  ଇଲେକ୍ଟ୍ରିକ୍ ଗାଡ଼ି ସ୍ଥାନ ପାଇଥିଲା। ନୂତନ ଅଂଶଗ୍ରହଣକାରୀ ଭାବେ  ଗ୍ରେଟ୍‌ ୱାଲ୍‌ ମୋଟରସ୍ , ହୈମା ଅଟୋ ମୋବାଇଲ୍‌ ଭଳି ଚାଇନା କଂପାନୀ ସାମିଲ୍‌ ହୋଇଥିଲେ ।

କିନ୍ତୁ ଏହି  ମୋଟର ସୋ’କୁ ଅନେକ ବଡ଼ ବଡ଼ ନାମକରା କଂପାନୀଙ୍କୁ ଦେଖିବାକୁ ମିଳିନଥିଲା । ଟୟୋଟା  , ହୁଣ୍ଡା ,  ବିଏମ୍ ଡବ୍ଲୁ, ଅଡ଼ି ଓ ଦୁଇ ଚକିଆ ଯାନ ମଧ୍ୟରେ  ହିରୋ ମୋଟର କର୍ପ , ବାଜାଜ୍ ଅଟୋ ,  ଟିଭିଏସ୍‌ ମୋଟର କୋ ଆଦି କଂପାନୀ ଉକ୍ତ  ମୋଟର ସୋରେ ଅଂଶ ଗ୍ରହଣ କରିଥିଲେ ।

ବିଶ୍ୱସ୍ତରରେ ଅଟୋମୋବାଇଲ୍‌ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବାରେ ଲାଗିଛି। ଆଉ ଏହାର ପ୍ରଭାବ ଭାରତରେ ପଡ଼ିଛି। ଅଟୋ ମୋବାଇଲ୍‌ ର ଏକ ପ୍ରମୁଖ ବଜାର ପାଲଟିଛି । ମାରୁତି ସୁଜୁକି ଇଣ୍ଡିଆ,  ହୁଣ୍ଡାଇ ,  ଟାଟ ମୋଟରସ୍‌ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା , ରିନଲ୍ଟ , ମର୍ସିଡିଜ୍ –ବେଂଜ୍ ସ୍କୋଡ଼ା, ଭୋକଲ ସ୍ୱାଜେନ୍ ଆଦି  ଅନେକ  ମ୍ୟାନିଫ୍ୟାଚରିଂ କଂପାନୀ ଏଠାରେ ନିଜର ପ୍ରଡ଼କ୍ଟ ପ୍ରଦର୍ଶିତ କରିଥିଲେ ।

ଚଳିତ ବର୍ଷର ଏହି ଗ୍ରାଣ୍ଡ ଅଟୋ ଏକ୍ସପୋରେ ସାମିଲ୍ ହୋଇଥିଲେ ଅନେକ ସେଲିବ୍ରିଟି ।  ସେମାନଙ୍କ ମଧ୍ୟରେ ଥିଲେ ଶାହାରୁଖ ଖାନ୍ ,  ହୁମା କ୍ୟୁରେଶି , ଗୁଲ୍‌ ପନଗ୍, ନାରାୟଣ କାର୍ତ୍ତିକେୟନ . ଡିଲେୟର ମେହେନ୍ଦି , ଅନଙ୍ଗ ବେଦୀ, ନାଫିସା ଅଲ୍ଲୀ, ଡିଜାଇନର ଗୌରୀ ଓ ନୈନିକା , କୁଶା  କପିଲା , ରାହୁଲି ସିଂ , ସୋହା ଅଲ୍ଲୀ ଖାନ୍‌  ଓ କାଟ୍‌  କ୍ରିଷ୍ଟାନ୍ ।

SIAM ଦ୍ୱାରା ପ୍ରାୟୋଜିତ ହୋଇଥିବା ଏହି ଗ୍ରାଣ୍ଡ ଅଟୋ ଏସ୍କପୋଟି ଏକ ବଡ଼ ମହୋତ୍ସବ ଭାବରେ ସମାପନ ହୋଇଛି। ଏଥିପ୍ରତି ଅନେକ ଲୋକଙ୍କର ଆଗ୍ରହ ଦେଖିବାକୁ ମିଳିଛି . 

----

ପ୍ରଧାନମନ୍ତ୍ରୀଙ୍କୁ ଭାଲେଣ୍ଟାଇନ୍ଲେଟର  ; ମୋଦିଙ୍କୁ ଶାହୀନ ବାଗ୍ରୁ ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ : ଶାହୀନ ବାଗ୍‌ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପତ୍ର।  ଦିଲ୍ଲୀର ଶାହୀନ ବାଗ୍‌ରେ ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ବିକ୍ଷୋଭ କରୁଥିବା ଲୋକେ ମୋଦିଙ୍କୁ ଦେଇଛନ୍ତି ଭାଲେଣ୍ଟାଇନ୍‌ ଲେଟର ।  ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ । ଲେଖିଛନ୍ତି , କେବେ ଆସିବେ ଆପଣ ?

ସୂଚନା ମୁତାବକ , ଶାହୀନ ବାଗ୍‌ରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ୧୩ ଫେବ୍ରୁୟାରୀ ସନ୍ଧ୍ୟା ୫ଟାରେ ଭାଲେଣ୍ଟାଇନ୍‌ ପାଳିବାକୁ ସ୍ଥିର କରିଛନ୍ତି । ମୋଦିଙ୍କୁ କରିଛନ୍ତି ନିମନ୍ତ୍ରଣ। ଆଉ ନିମନ୍ତ୍ରଣ କାର୍ଡରେ ଲେଖାଯାଇଛି,  ଏଥର ଭାଲେଣ୍ଟାଇନ୍‌ରେ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏଣୁ ମୋଦିଜୀ ଆସନ୍ତୁ , ଏବଂ ହସଖୁସିରେ ମିଶି ଆମ ସହ ଉତ୍ସବ ପାଳନ୍ତୁ ।

ଏହି ନିମନ୍ତ୍ରଣ ପତ୍ରରେ ଲେଖା ଯାଇଛି , ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଲଭ୍‌ ସଙ୍ଗ୍ ଜାରି କରିବୁ ଏବଂ ମୋଦିଜୀଙ୍କୁ ଭାଲେଣ୍ଟାଇନ୍ ଡେ’ର ସପ୍ରାଇଜ୍‌ ଗିଫ୍ଟ ଦେବୁ ।  ଦୟାକରି ମୋଦିଜୀ ଆପଣ ଆସନ୍ତୁ , ଏବଂ ଆପଣଙ୍କର ଉପହାର ନେଇ ଯାଆନ୍ତୁ । ଏହାସହ ଆମ ସହ ଖୁସି ଖୁସିରେ କଥାବାର୍ତ୍ତା ହୁଅନ୍ତୁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.