vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁସ୍ଥ ହେଲେ ଆଉ ୩୪୮୪ କରୋନା ଆକ୍ରାନ୍ତ, ମୋଟ୍ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୮୦ ହଜାର ଟପିଲା

1/09/2020 at 7:38 PM

ଭୁବନେଶ୍ୱର, ୦୧|୦୯:   ରାଜ୍ୟରେ ମଙ୍ଗଳବାର ୩୪୮୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି  । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୦୭୭୦ରେ ପହଁଚିଛି ।

ସୁସ୍ଛ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାର ୮୯୦ ଜଣ ଥିବା ବେଳେ ଯାଜପୁରରୁ ୩୧୪, ରାୟଗଡାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡରୁ ୧୨୬, ବାଲେଶ୍ୱରରୁ ୧୦୫ ଜଣ ରହିଛନ୍ତି ।

ସେହିପରି, ମାଲକାନଗିରିରୁ ୮୭, ସୁନ୍ଦରଗଡରୁ ୮୬, ସମ୍ବଲପୁରରୁ ୮୪, ପୁରୀରୁ ୮୨, ଭଦ୍ରକରୁ ୬୩, ଜଗତସିଂହପୁରରୁ ୬୨, ଝାରସୁଗୁଡାରୁ ୫୯, ବରଗଡରୁ ୫୭, ବଲାଙ୍ଗୀରରୁ ୫୪, କନ୍ଧମାଳରୁ ୫୨, ଅନୁଗୋଳରୁ ୫୧, କେଉଁଝରରୁ ୪୬, ସୋନପୁରରୁ ୩୫, ନବଙ୍ଗପୁରରୁ ୨୫, ଢେଙ୍କାନାଳରୁ ୨୩, ଗଜପତିରୁ ୨୩, କଳାହାଣ୍ଡିରୁ ୧୬, ବୌଦ୍ଧରୁ ୧୨, ଦେବଗଡରୁ ୭, ନୂଆପଡାରୁ ୪ଜଣ ଆରୋଗ୍ୟ ଲାଭ କରିଛନ୍ତି ।

   Related Posts