ଉପରାଷ୍ଟ୍ରପତି ନିର୍ବାଚନରେ ୭୨୫ ସାଂସଦ ଦେଲେ ଭୋଟ, ଦୂରେଇ ରହିଲା ତୃଣମୂଳ କଂଗ୍ରେସ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ ୬।୮: ଦେଶକୁ ନୂଆ ରାଷ୍ଟ୍ରପତି ମିଳି ସାରିଥିବା ବେଳେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ଶନିବାର ସଂସଦରେ ଭୋଟ ଗ୍ରହଣ ହୋଇଛି। ଦେଶର ଦ୍ୱିତୀୟ ସାମ୍ବିଧାନିକ ପଦ ନିମନ୍ତେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ୭୨୫ ଜଣ ସାଂସଦ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦେଇଛନ୍ତି।

{"id":667057,"sizeSlug":"full","linkDestination":"none"}

ନିର୍ବାଚନରେ ଏନଡିଏ ପକ୍ଷରୁ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ମିଳିତ ବିରୋଧୀ ଦଳ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରିଥିଲେ। ତେବେ ଉପରାଷ୍ଟ୍ରପତି ନିର୍ବାଚନରୁ ତୃଣମୂଳ କଂଗ୍ରେସ(ଟିଏମସି) ନିଜକୁ ଦୂରରେ ରଖିଛି। ଏଣୁ ଟିଏମସିର ୩୬ରୁ  ୩୪ ଜଣ ସାଂସଦ ନିର୍ବାଚନରେ ଅଂଶଗ୍ରହଣ କରିନାହାନ୍ତି। ଭୋଟଦାନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ୫ ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭୋଟ ଦେଇ ଭୋଟଦାନ ଆରମ୍ଭ କରିଥିଲେ।

{"id":667058,"width":839,"height":552,"sizeSlug":"full","linkDestination":"none"}

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ମଧ୍ୟାହ୍ନ ବେଳକୁ ମତଦାନ ଲାଗି ସଂସଦ ଭବନକୁ ଆସିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ମତାଧିକାର ସାବ୍ୟସ୍ତ କରିଥିଲେ। ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ମତଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.