Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ମାଲକାନଗିରି ପୋଲିସ ଦ୍ବାରା ୩୪ ଗଞ୍ଜେଇ ମାଫିଆ ଗିରଫ

8/06/2019 at 3:18 PM

ମାଲକାନଗିରି ୮|୬: ମାଲକାନଗିରି ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଲା । ପୋଲିସ ହାତରେ ଧରା ପଡିଛନ୍ତି ୩୪ ଜଣ ଗଞ୍ଜେଇ ମାଫିଆ । ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ଭାରରେ ଛତିଶଗଡକୁ ଗଞ୍ଜେଇ ଚୋରାରେ ଚାଲାଣ କରୁଥିବା ବେଳେ ବାଲିମେଳା ପୋଲିସ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କ ପିଛା କରିଥିଲେ । ହେଲେ ଶହେରୁ ଅଧିକ ଚୋରା ଚାଲାଣ କାରି ପୋଲିସ ଉପରେ ଆକ୍ରମଣ କରିବ ସହ ଘଟଣାସ୍ଥଳରୁ ଫେରାଇ ହୋଇଥିଲେ । ଘଟଣାରେ ବାଲିମେଳା ଥାନାର ଜଣେ କନେଷ୍ଟବଳ ଗୁରୁତର ଭାବେ ଆହତ ହୋଇ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣା ପରେ ମାଲକାନଗିରି ଏସପି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ୭୫ ଜଣ ଯବାନ ମାଥିଲି ଜଙ୍ଗଲ ଭିତରେ ଚଢାଉ କରି ଏହି ୩୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୭ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ୧୧ ଜଣ ନବରଙ୍ଗପୁର ଜିଲ୍ଲାର, ୫ ଜଣ କୋରାପୁଟ ଜିଲ୍ଲାର ଓ ଜଣେ ଛତିଶଗଡର ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ପୋଲିସ ଜବତ କରିଥିବା ମୋଟ୍ ୩୩୦୫ କେଜି ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି । ଗିରଫ ସମସ୍ତଙ୍କୁ ପଚରା ଉଚୁରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯିବା ସହ ଏହି ଗଞ୍ଜେଇ ରାକେଟରେ ସାମିଲ ଥିବା କିଙ୍ଗପିନକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

   Related Posts