ଆଜି ବସିବ ଜିଏସ୍‌ଟି ପରିଷଦର ୩୩ତମ ବୈଠକ

Published By : Prameya-News7 Bureau | February 20, 2019 IST

ନୂଆଦିଲ୍ଲୀ ୨୦|୨: ଆଜି ବସିବ ଜିଏସଟି ପରିଷଦର ୩୩ତମ ବୈଠକ । ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିବ ଜିଏସଟି ପରିଷଦ ବୈଠକ । ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଏହା ଜିଏସଟି ପରିଷଦର ଶେଷ ବୈଠକ । ଆଜି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି ।

ଆଜିର ବୈଠକରେ ରିଏଲଇଷ୍ଟେଟ ନେଇ କିଛି ଠୋସ୍ ନିଷ୍ପତ୍ତି ନିଆଯାଇପାରେ । ଗୃହ ନିର୍ମାଣ ଉପରେ ଟିକସ ସମ୍ପର୍କରେ ମଧ୍ୟ କୌଣସି ବଡ ନିଷ୍ପତ୍ତି ନିଆଯାଇପାରେ । ରିଏଲଇଷ୍ଟେଟକୁ ପ୍ରୋତ୍ସାହନ ଦେବା ଲାଗି ସିମେଣ୍ଟ ଉପରେ ଟିକସ ହାର ୨୮ ପ୍ରତିଶତରୁ ୧୮ପ୍ରତିଶତକୁ ହ୍ରାସ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.