oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ମହାରାଷ୍ଟ୍ରରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ, ୩୩୮ ଡାକ୍ତର କୋଭିଡ୍‌ ପଜିଟିଭ୍‌

7/01/2022 at 5:28 PM

ମୁମ୍ୱାଇ, ୦୭/୦୧: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଦିନକୁ ଦିନ ସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଛି । ଖୋଦ୍‌ ରୋଗୀଙ୍କୁ ଭଲ କରୁଥିବା ଅଧିକରୁ ଅଧିକ ଡାକ୍ତର ଏଥିରେ ସଂକ୍ରମିତ ହେଉଛନ୍ତି । ପାଖାପାଖି ୩୩୮ ଜଣ ରେସିଡେଣ୍ଟ ଡାକ୍ତର କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ପୂର୍ବ ୪ ଦିନର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ରାଜ୍ୟ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍‌ ପକ୍ଷରୁ ଏହାର ସଭାପତି ଡ. ଅବିନାଶ ଦହିଫାଳେ ସୂଚନା ଦେଇଛନ୍ତି ।

ଗୁରୁବାର ମହାରାଷ୍ଟ୍ରରେ ୩୬,୨୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଏବାର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ବୁଲେଟିନ୍‌ରେ ପ୍ରକାଶ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୧,୧୪,୮୪୭ ରହିଛି । ଗୁରୁବାର ସଂକ୍ରମିତଙ୍କ ମଧ୍ୟରୁ ମୁମ୍ୱାଇରୁ ୨୦,୧୮୧ଟି ନୂଆ ମାମଲା ସାମ୍ନାକୁ ଆସିଛି । କେବଳ ମୁମ୍ୱାଇ ସହରରେ ବର୍ତ୍ତମାନ ୭୯,୨୬୦ଟି ଆକ୍ଟିଭ୍‌ କେସ୍‌ ରହିଛି ।

ସେହିପରି ଗତକାଲି ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୮୯୦୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୬୫, ୩୩,୧୫୪ ରହିଛି । ସ୍ୱାସ୍ଥ୍ୟ ବୁଲେଟିନ୍‌ ଅନୁସାରେ ମହାରାଷ୍ଟ୍ରରେ କରୋନାର ନୂଆ ଭାରିଆଣ୍ଟ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । ଗତକାଲି ୭୯ଟି ନୂଆ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ଫଳରେ ମୋଟ ଓମିକ୍ରନ ମାମଲା ୮୭୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ସୁସ୍ଥ ହୋଇଛନ୍ତି ।   

   Related Posts