ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଶାରୀରିକ ଗଠନ ପାଇଁ ଜୀବନ ହାରିବାକୁ ଚାହୁଁଥିଲେ, ଏବେ ସଫଳ ଉଦ୍ୟୋଗୀ

12/06/2022 at 4:25 PM

ମନୋବଳ ଦୃଢ ଥିଲେ ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିହେବ। ସକରାତ୍ମକ ଚିନ୍ତାଧାରା ଦ୍ବାରା ଛୁଇଁହେବ ସଫଳତା। ଯାହାର ଏକ ସୁନ୍ଦର ଉଦାହରଣ ରାଧିକା ଗୁପ୍ତା। ଦିନେ ଶାରୀରିକ ଗଠନ ପାଇଁ  ସମାଲୋଚନାର ଶିକାର ହେଉଥିଲେ ରାଧିକା। ଅନ୍ୟମାନଙ୍କର କଟାକ୍ଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ, ଆଜି ସବୁଠୁ ସଫଳ କନିଷ୍ଠ ଉଦ୍ୟୋଗୀ ମଧ୍ୟରେ ଜଣେ।

Edelweiss MF ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀର ସିଇଓ ରାଧିକା ଗୁପ୍ତା। ଜନ୍ମରୁ ତାଙ୍କର ବେକ ବଙ୍କା। ଏଥିପାଇଁ ସେ ଅନେକଥର ସମାଲୋଚନାର ଶିକାର ହୋଇଛନ୍ତି। ସ୍କୁଲ୍‌ରେ ଏଥିପାଇଁ ତାଙ୍କ ସହପାଠୀ ମାନେ ମିଶିବାକୁ ପସନ୍ଦ କରୁନଥିଲେ। ଉଚ୍ଚ ଶିକ୍ଷିତ ହେବା ସତ୍ତେ ବି ସେ ତାଙ୍କର ଏହି ଶାରୀରିକ ଗଠନ ପାଇଁ ଚାକିରି ପାଇବାରୁ ବଞ୍ଚିତ ହେଉଥିଲେ। ୨୨ ବର୍ଷ ବୟସରେ ସେ ୭ଟି ଚାକିରିରୁ ଏଥିପାଇଁ ରିଜେକ୍ଟ ହୋଇଥିଲେ। ଯାହା ତାଙ୍କୁ ମାନସିକ ବିସାରଦରେ ଛାଡିଦେଲା। ଏହାପରେ ସେ ଦିନେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ସୌଭାଗ୍ୟବସତଃ ତାଙ୍କର ଜଣେ ବନ୍ଧୁ ଦେଖି ଏହା କରିବାରୁ ତାଙ୍କୁ ଅଟକାଇଥିଲେ।

ଏହାପରେ ଜୀବନରେ କିଛି ବଡ କରିବାର ନିଷ୍ପତ୍ତି ନେଲେ ରାଧିକା। ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ସେ କଡା ଜବାବ୍‌ ଦେବାକୁ ଚାହିଁଲେ। ବନ୍ଧୁଙ୍କ ସହ ମିଶି ସେ ଏକ ମ୍ୟୁଚୁଆଲ୍‌ ଫଣ୍ଡ ପରିଚାଳନା ସଂସ୍ଥା Edelweiss MF ଆରମ୍ଭ କଲେ । ରାଧିକାଙ୍କୁ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏଥିପାଇଁ ବେଶ୍‌ ସମର୍ଥନ ମିଳିଲା। ଦିନେ ଗୋଟେ ଚାକିରି ପାଇଁ ସଂଘର୍ଷ କରୁଥିବା ରାଧିକା ୩୩ ବର୍ଷ ବୟସରେ କମ୍ପାନୀର ସିଇଓ ହୋଇଯାଇଥିଲେ।

ନିଜର ଏକ ସଂଘର୍ଷମୟ କାହାଣୀକୁ ନେଇ ରାଧିକା ଏକ ପୁସ୍ତକ ଲେଖିଛନ୍ତି। ଯାହାର ନାଁ ରହିଛି ଲିମିଟଲେସ୍‌। ଏହି ବହିରେ ସେ ତାଙ୍କ ପିଲାଦିନର ସମାଲୋଚନା, କମ୍ପାନୀ ପ୍ରତିଷ୍ଠା କରିବା ପଛର ସଂଘର୍ଷ ବିଷୟରେ ଲେଖିଛନ୍ତି। ସମାଲୋଚନାକୁ ଖାଚିର୍‌ ନକରି ରାଧିକା ଆଜେ ଯେ କେବଳ ଜଣେ ସଫଳ ଉଦ୍ୟୋଗୀ ହୋଇନାହାନ୍ତି ଅନେକଙ୍କ ପାଇଁ ସାଜିଛନ୍ତି ରୋଲ୍‌ ମଡେଲ୍‌।  

   Related Posts